ଦେଶରେ ସବ୍ନମ ନାମକ ମହିଳା ପାଇବ ଫାଶି

ଜେ ବି ଏନ, ୧୮/୦୨ /୨୦୨୧, (ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି), ଉତ୍ତରପ୍ରଦେଶ : ଫାଶୀ ପାଇବ ସବନମ୍ । ସ୍ବାଧୀନତା ପରେ ଫାଶୀ ପାଇବାରେ ସେ ହେବ ପ୍ରଥମ ମହିଳା । ୧୨ ବର୍ଷ ତଳର ପାପ ପାଇଁ ଫାଶୀଖୁଣ୍ଟରେ ଝୁଲିବ । ଉତ୍ତର ପ୍ରଦେଶ ମଥୁରା ଜେଲରେ ଫାଶୀ ଦିଆଯିବ । ଏଥିପାଇଁ ଜେଲ କର୍ତ୍ତୁପକ୍ଷ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଫାଶୀ ଦଉଡ଼ି ପାଇଁ ଜେଲ୍ କର୍ତ୍ତୁପକ୍ଷ ବଇନା ଦେଇସାରିଲେଣି । କେବଳ ସାନି ଡେ ୱାରେଣ୍ଟକୁ ଅପେକ୍ଷା ରହିଛି । ଦେଶର ଏକମାତ୍ର ମଥୁରା ଜେଲରେ ହିଁ ମହିଳାଙ୍କୁ ଫାଶୀ ଦେବାର ବ୍ୟବସ୍ଥା ରହିଛି । ତେବେ ଦେଶ ସ୍ବାଧୀନ ହେବା ପରେ କୌଣସି ମହିଳାଙ୍କୁ ଏପର୍ଯ୍ୟନ୍ତ ଫାଶୀ ଦିଆଯାଇ ନାହିଁ । ସବନମ୍ ଏବେ ବରେଲୀ ଜେଲରେ ଥିବା ବେଳେ ଆଗ୍ରା ଜେଲରେ ଅଛି ତାର ପ୍ରେମିକ ସଲିମ୍ । ପ୍ରେମିକ ସହ ମିଶି ନିଜ ପରିବାରର ୭ ଜଣଙ୍କୁ କୁରାଢିରେ ହାଣି ହତ୍ୟା କରିଥିଲା ସବନମ୍ । ୨୦୦୮ ଏପ୍ରିଲ ୧୪ ତାରିଖ ରାତିରେ ଆମରୋହା ଜିଲ୍ଲାରେ ଏହି ବିଭତ୍ସ ହତ୍ୟାକାଣ୍ଡ ଘଟାଇଥିଲେ ପ୍ରେମୀ ଯୁଗଳ । ପ୍ରେମରେ କଣ୍ଟା ସାଜିଥିବା ବାପା , ମାଆ , ଭାଇ , ଭଉଣୀ କାହାକୁ ଛାଡ଼ି ନଥିଲା ସବନମ୍ । ୨ ବର୍ଷ ପରେ ଅର୍ଥାତ ୨୦୧୦ରେ ଉଉୟଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଥିଲେ ଜିଲ୍ଲା କୋର୍ଟ । ପରେ ସୁପ୍ରିମକୋର୍ଟ ତଳକୋର୍ଟର ଫାଶୀ ଦଣ୍ଡାଦେଶକୁ କାଏମ ରଖିଥିଲେ । ଏବେ ସବନମ୍ ପାଇଁ ଆଇନର ସବୁ ବାଟ ବନ୍ଦ ହୋଇଯାଇଛି । ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଆବେଦନ ମଧ୍ୟ ଖାରଜ ହୋଇଯାଇଛି । ସାନି ଡେସ୍ ୱାରେଣ୍ଡ୍ଟକୁ ଅପେକ୍ଷା ରହିଛି ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-15-scaled.jpg)