ଚିପସ ଟିପରକୁ ଧକ୍କା ଦେଲା ହାଇଓ୍ବା

ଜେ ବି ଏନ, ୧୯/୦୨ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ସାମଲ), ବଅଁରପାଳ, :ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର କିସିନ୍ଦାପୋଲ ଉପରେ ଆଜି ଗୁରୁବାର ଅପରାହ୍ନ ୪ଟା ବେଳେ ମେରାମଣ୍ଡଳୀ ଆଡୁ ଆସୁଥିବା ଏକ ଚିପସ ବୋଝେଇ ଟିପର ଓଆର୍ ୦୬ ଏଚ୍ ୩୭୭୩ କୁ କଣ୍ଟାବଣିଆ ପାଖରୁ ଯାଉଥିବା ଓଆର୍ ୧୯ ଏମ୍ ୫୩୨୪ ନମ୍ବରଯୁକ୍ତ ହାଇଓ୍ବା ଧକ୍କା ଦେଇଥିଲା । ଜାତୀୟ ରାଜପଥ ବହୁ ସମୟ ପର୍ଯ୍ୟନ୍ତ ଜାମ୍ ରହିଥିଲା ।ଟିପ୍ପରର ଡ୍ରାଇଭର ଗୁରୁତର ଥାଇ ବଅଁରପାଳର ଏକ ଘରୋଇ ନର୍ସିଂହୋମରେ ଭର୍ତ୍ତି କରାଯାଇଛି । ରାସ୍ତା ନିର୍ମାଣ ପାଇଁ ବ୍ୟବହୃତ ଗାଡିଗୁଡିକର ବେପରୁଆ ଚାଳନା ଯୋଗୁଁ ଏହିପରି ଦୁର୍ଘଟଣା ବାରମ୍ବାର ଘଟୁଥିବା ସର୍ବସାଧାରଣ ଅଭିଯୋଗ କରିଛନ୍ତି । ହାଇଓ୍ବା ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ଅଛି । ଦୁର୍ଘଟଣା ଘଟାଇଥିବା ହାଇଓ୍ବାରଗତ ଡିସେମ୍ବର ୨୦୨୦ ରୁ ଟାକ୍ସ ଭାଲିଡିଟି ସରିଥିବାବେଳେ ଟିପରଟିର ଇନସୁରାନସ, ଟାକ୍ସ, ଫିଠନେସ ଓ ପଲ୍ୟୁସନ କିଛି ନଥବା ଏମପରିବହନ ସୂତ୍ରରୁ ଜଣାପଡ଼ିଛି ।



