ମେଶିନ ଯୋଗେ ମନରେଗା କାର୍ଯ୍ୟ, ବିରୋଧରେ ଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ

ଜେ ବି ଏନ, ୧୯/୦୨ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ସାମଲ), ଢେଙ୍କାନାଳ : ଭୁବନ ବ୍ଲକ ବାଲି ବୋ ପଞ୍ଚାୟତରେ ମେସିନ୍ ଦ୍ଵାରା କରାଯାଉଛି ମନରେଗା କାର୍ଯ୍ୟ । ମହାମାରୀ କରୋନା ଯୋଗୁଁ ଲୋକମାନେ ରୋଜଗାର ହରାଇ ଘରେ ବସି ରହି ଥିବା ବେଳେ ସେମାନଙ୍କୁ କାମରେ ନିୟୋଜିତ କରାଯାଉନାହିଁ । ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏ ସମ୍ପର୍କରେ ପଞ୍ଚାୟତର ବାସିନ୍ଦା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ସହ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି । ଅଭିଯୋଗ ଅନୁଯାୟୀ , ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ବାଲିବୋ ଖଇରନାଳୀରେ ଏକ ଟ୍ରେନ୍ ନିର୍ମାଣ ପାଇଁ ୬ଲକ୍ଷ ଟଙ୍କା ଅନୁମୋଦନ ହୋଇଛି । ପଞ୍ଚାୟତ କପକ୍ଷ ସରକାରଙ୍କ ନିୟମକୁ ଉଲଙ୍ଘନ କରି ଶ୍ରମିକଙ୍କୁ କାମରେ ନିୟୋଜିତ ନକରି ରାତିରେ ଏସ୍କାଭେଟର୍ ମେସିନ୍ ଲଗାଇ କାର୍ଯ୍ୟ କରୁଛନ୍ତି । ଏହି ଟ୍ରେନ ନିର୍ମାଣ ହେଉଥିବା ରାସ୍ତାରେ ଗୋଚର ଜମିକୁ ଶହ ଶହ ଗାଈଗୋରୁ ପ୍ରତିଦିନ ଚରିବାକୁ ଯାଇଥାନ୍ତି । ଗାଈଗୋରୁ ଗୁଡିକ ଟ୍ରେନରେ ପଡି ମୃତାହତ ହେବାର ଆଶଙ୍କା ରହିଛି । ଏଭଳି କାର୍ଯ୍ୟକୁ ନେଇ ପଞ୍ଚାୟତରେ ଅସନ୍ତୋଷ ବୃଦ୍ଧି ପାଇବା ସହିତ ଏ ଦିଗରେ ପଦକ୍ଷେପ ନେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-15-scaled.jpg)