ଦୁଲ୍ଳହପାଲି ନବ ନିର୍ମିତ ସୂର୍ଯ୍ୟ ମନ୍ଦିର ର ବିଗ୍ରହ ପ୍ରତିଷ୍ଠା

ଜେ. ବି. ଏନ୍ (୧୯/୦୨ /୨୦୨୧, ରିପୋର୍ଟ, ବିନୋଦ କୁମାର ନାୟକ), ବରଗଡ଼ :ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ଭୁକ୍ତା ଗ୍ରାମପଞ୍ଚାୟତ ଅଧିନସ୍ଥ ଦୁଲ୍ଳହପାଲି ଗ୍ରାମ ରେ ସୂର୍ଯ୍ୟ ମନ୍ଦିର ର ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହୋଇଥିଲା ।ଏଥିରେ ମନ୍ଦିର ନିର୍ମାଣକାରୀ ରଥ ସା ସପତ୍ନୀ ସୁଶିଳ ସା,ହେମସାଗର ସା ସପତ୍ନୀ ସନ୍ଥରା ସା,ଛବିଲାଳ ସା ସପତ୍ନୀ,ସୂନ୍ଦରଲାଳ ପ୍ରମୁଖ କର୍ତ୍ତା ଭାବେ ଦାୟିତ୍ୱ ତୁଲାଇଥିଲେ । ନିତ୍ଯାନନ୍ଦ ଦାସ ଓ ପ୍ରଦୀପ ଦାସ ପୂଜା ପାଠ କରିଥିଲେ । ଗତକାଲି ମହିମାଶ୍ରମ ଚିଚୋଲି ପୋଖରୀ ରୁ ପୂର୍ଣ କଳସ ଭର୍ତ୍ତି କରି ଏକ ବିଶାଳ ଶୋଭାଯାତ୍ରାରେ ବାହାରି ମନ୍ଦିର ନିର୍ମାଣ ସ୍ଥଳ କୁ ପହଞ୍ଚିଥିଲେ । ବିଗ୍ରହ ପ୍ରତିଷ୍ଠା ସହିତ ମନ୍ଦିର ଶୀର୍ଷ ରେ ଧ୍ବଜାରୋହଣ କରାଯାଇଥିଲା । ଏହି ଅବସରରେ କୀର୍ତ୍ତନ,କୃଷ୍ଣ ଗୁରୁ ଆଦି ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଗ୍ରାମ ର ଔଡମେମ୍ବର ମୁନସିର ଦାସ ଙ୍କ ନେତୃତ୍ଵରେ ଗ୍ରାମ୍ଯକମିଟି ଓ ସ୍ବେଚ୍ଛାସେବୀ ଯୁବକ ମାନଙ୍କ ମିଳିତ ରେ ପରିଚାଳନା ସହଯୋଗ କରିଥିଲେ ।




