ସତୁରି ତମ ଅଷ୍ଟ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ

ଜେ ବି ଏନ, ୨୦/୦୨ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ମହାପାତ୍ର), ଢେଙ୍କାନାଳ : ଢେଙ୍କାନାଳ ହିନ୍ଦୋଳ ର ଦିଅରପସି ଠାରେ ସତୁରି ତମ ଅଷ୍ଟ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି l ପ୍ରତେକ ବର୍ଷ ମାଘମାସ ସପ୍ତମୀ ତିଥି ପୂର୍ବ ଦିନ କଳସ ଯାତ୍ରା କରି ଅଧିବାସ କରାଯାଇଥାଏ l ସପ୍ତମୀରେ ନାମଯଜ୍ଞ ଆରମ୍ଭ କରି ଆଠ ପ୍ରହର ପର୍ଯ୍ୟନ୍ତ ପ୍ରତି ପ୍ରହର ର ଶୋଢ଼ଷ ଉପଚାରରେ ପୂଜାର୍ଚ୍ଚନl ଓ ନାମ ସଂକୀର୍ତ୍ତନ ଚାଲିଥାଏ l ଶେଷ ଦିନରେ ନଗର କୀର୍ତ୍ତନ, ପୂର୍ଣ୍ଣାହୁତି , ଦଧିଭାଣ୍ଡ ମଞ୍ଜନ ପୂର୍ବକ ଉଦଯାପନ କରାଯାଇଥିଲା l ପ୍ରତିଦିନ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା l ଏହି ଅଷ୍ଟପ୍ରହରୀ ରେ ସତର ଗୋଟି ଦଳ ଜିଲ୍ଲା ତଥା ବାହାର ଜିଲ୍ଲା ରୁ ଆସି ଯୋଗ ଦେଇଥିଲେ l ତିନିଗୋଟି ମହିଳା ଦଳ କଟକ ଜିଲ୍ଲା କାଞ୍ଜିଆହତl , ବଡ଼ ପଦା , ନୀଳକଣ୍ଠ ପୁର ର ଯୋଗ ଦେଇ ଉତ୍ସାହିତ କରିଛନ୍ତି l ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ଧର ମହାରାଜା ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ l ତାଙ୍କ ଠାରୁ ପୂଜା ବିଷୟରେ ଜାଣିବା କିଛି l ବାବା ଧରଣୀଧର ଧର ମହାରାଜା ପୂଜାର୍ଚନା ରେ ସମ୍ପୂର୍ଣ ସହଯୋଗ କରିଛନ୍ତି l ତାଙ୍କ ମୁହଁରୂ ଶୁଣିବା କିଏ , କେବେ ଓ କିପରି ଆରମ୍ଭ କରିଥିଲେ , ଏ ଅଷ୍ଟପ୍ରହରୀ…
ସେହି ଗ୍ରାମର ଯୁବ ଗୋଷ୍ଠୀ ପେଟ ପାଇଁ ବାହାରେ କାର୍ଯ୍ୟ କରୁଥିଲେ ମଧ୍ୟ୍ୟ ଚାହିଁରହିଥାନ୍ତି ମାଘ ସପ୍ତମୀ ତିଥି କୁ l ଗାଁକୁ ଆସି ଲାଗିଯାନ୍ତି ଠାକୁର କାର୍ଯ୍ୟରେ l ବିଜୟ ସାହୁ ଙ୍କ ଭାଷାରେ କଣ କୁହନ୍ତି ଆସ ଶୁଣିବା…….



