ମେରାମଣ୍ଡଳୀ ସ୍ଥିତ ଓପିଟିସିଏଲ ଗ୍ରୀଡ଼ରେ ଭୟାବହ ଅଗ୍ନିକାଣ୍ଡ
ଜେ ବି ଏନ, ୨୧/୦୨ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ସାମଲ), ଢେଙ୍କାନାଳ : ମେରାମଣ୍ଡଳୀ ସ୍ଥିତ ଓପିଟିସିଏଲରେ ଗ୍ରୀଡ଼ ସବ- ଷ୍ଟେସନରେ ଭୟାବହ ଅଗ୍ନିକାଣ୍ଡ। ପ୍ରାୟ ୨ ଘଣ୍ଟାରୁ ଉର୍ଦ୍ଧ୍ବ ହେବ ଏହି ଅଗ୍ନିକାଣ୍ଡ ଜାରି ରହିଛି। ଆଖ ପାଖ ଅଞ୍ଚଳର ପ୍ରାୟ ୧୦ରୁ ଉର୍ଦ୍ଧ୍ବ ଦମକଳ ଗାଡି ନିୟୋଜିତ ହୋଇଥିଲେ ମଧ୍ୟ ନିଆଁ କୁ ଆୟତ୍ତ କରାଯାଇପାରିନାହିଁ। ନିଆଁର ପ୍ରକୋପ ଏତେ ଭୟଙ୍କର ଯେ ଭିତରକୁ ସାଧାରଣ ଲୋକ ତଥା ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରବେଶ ନିଷେଧ କରାଯାଇଛି।



