ଆନ୍ତର୍ଜାତିକ ଭାଷା ଦିବସ ଭର୍ଚୁଆଲ ମୋଡ୍ ରେ ପାଳନ

ଜେ ବି ଏନ, ୨୧/୦୨ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ସାମଲ/ଶୁଭମ ପାଣି), ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଳକ ଅନ୍ତର୍ଗତ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷଡ଼ଙ୍ଗୀ ରେ ଆନ୍ତର୍ଜାତିକ ଭାଷା ଦିବସ ବିଦ୍ୟାଳୟ ର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ହରିହର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଫୃବ୍ରୁୟାରୀ ମାସ ୨୧ ତାରିଖ ଦିନ ବିଦ୍ୟାଳୟ ପରିସରରେ ଭର୍ଚୁଆଲ ମୋଡ୍ ରେ ପାଳନ କରାଯାଉଛି। ଉତ୍କଳ ଗୈ।ରବି ମଧୁବାବୁ ଙ୍କ ତୈଳ ଚିତ୍ର ରେ ପୁଷ୍ପ ମାଲ୍ୟାର୍ପଣ କରି ପ୍ରଧାନ ଶିକ୍ଷକ ଶ୍ରୀ ସାହୁ କାର୍ଯ୍ୟ କ୍ରମ ଉଦ୍ ଘାଟନ କରିଥିଲେ। ଶ୍ରୀ ସାହୁ ତାଙ୍କ ବକ୍ତବ୍ୟରେ ଓଡ଼ିଆ ଭାଷାକୁ ନିଜ ର ପ୍ରିୟ ଭାଷା ରୂପେ ଅବିହିତ କରି ଏହି ଭାଷା କୁ ସମାଜ ରେ ଆଦ୍ରୁତ କରିଥିବା ଓଡ଼ିଶା ମାଟିର ସୁଯୋଗ୍ୟ ସନ୍ତାନ ମାନଙ୍କ ସ୍ମ୍ରତିଚାରଣ କରିଥିଲେ। ମାଆ ଓ ମାଟି କୁ ଭଲ ପାଇଲେ ମାତ୍ରୁଭାଷା ର ଉନ୍ନତି ହୋଇ ପାରିବ ବୋଲି ଶ୍ରୀ ସାହୁ ମତ ରଖିଥିଲେ। ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟ କ୍ରମରେ ଯୋଗଦାନ୍ କରି ସହଯୋଗ କରିଥିଲେ। ଭର୍ଚୁଆଲ ମୋଡ୍ ରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ କାର୍ଯ୍ୟ କ୍ରମ ଜଣାଇ ଦିଆଯାଇଥିଲା।



