୨୬ ଭାରତ ବନ୍ଦ କୁ ସଫଳ କରିବାକୁ ସିଏଆଇଟି ର ପ୍ରସ୍ତୁତି ବୈଠକ

ଜେ ବି ଏନ, ୨୨/୦୨ /୨୦୨୧, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ଅନଗୁଳ ସର୍ବଭାରତୀୟ ବଣିକ ସଂଘ ସିଏଆଇଟି ତରଫ ରୁ ଦିଆଯାଇଥିବା ଭାରତ ବନ୍ଦ କୁ ସଫଳ କରିବା ଉଦେଶ୍ୟ ରେ ଅନଗୁଳ ଶାଖା ତରଫ ରୁ ଆଜି ସଂଘ ର ସଭାପତି ରାଜକୁମାର ଶୁକ୍ଳା ଙ୍କ ନେତୃତ୍ୱ ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ଏହି ବୈଠକରେ କେନ୍ଦ୍ର ସରକାରଙ୍କ ବ୍ୟବସାୟୀ ବିରୋଧୀ ଜି ଏସ ଟି ନିୟମ କୁ ସରଳି କରଣ କରିବା ଉଦ୍ଧେଶ୍ୟରେ ବୈଠକରେ ଆଲୋଚନା ହୋଇଥିଲା ଏବେ ସରକାର ଙ୍କ ଦ୍ଵାରା କରାଯାଇଥିବା ପ୍ରାୟ ୯୫୦ ଥର ନୂତନ ନୂତନ ନିୟମ ଲାଗୁ କରାଯାଇ ବାରମ୍ବାର ନୂତନ ଭାବେ ନିୟମ ଗୁଡିକ ରାତି ଅଧିଆ ଆମେଣ୍ଡମେଣ୍ଡ କରାଯାଇ ବ୍ୟବସାୟୀ ମାନଙ୍କୁ ଦଣ୍ଡ ଦିଆଯାଇଛି ବୋଲି ଅଭିଯୋଗ କରି ଏହା ବିରୁଦ୍ଧରେ ଆସନ୍ତା ୨୬ ତାରିଖ ଭାରତ ବନ୍ଦ କୁ ସମର୍ଥନ କରିବା ପାଇଁ ସମସ୍ତ ବ୍ୟବସାୟୀ ଙ୍କୁ ଅନୁରୋଧ କରାଯାଇଛି । ଏହି ବୈଠକରେ ଟୁ ହୁଇଲର ସଂଘ ର ସଭାପତି ଶ୍ରୀ ଅମ୍ବିକା ଭଟ , ସଂଘର ସଚିବ କୈଳାସ ଅଗ୍ରୱାଲ ଙ୍କ ସମେତ ୩୦ ରୁ ଉର୍ଦ୍ଧ୍ବ ସଦସ୍ୟ ଉପସ୍ଥିତ ଥିଲେ । ସୂଚନା ଏହି ବନ୍ଦ କୁ ଦେଶର ୪୦ ହଜାର ରୁ ଉର୍ଦ୍ଧ୍ବ ବ୍ୟବସାୟୀ ସଂଘର ସମର୍ଥନ ରହିଅଛି ।



