ଜିନ୍ଦଲର ମନମୁଖୀ କାର୍ଯ୍ୟ, ଅଦାଲତର ଆଦେଶକୁ ଅବମାନନା 
ଜେ ବି ଏନ, ୨୨/୦୨ /୨୦୨୧, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ନିଶା ଥାନା ନିକଟସ୍ଥ କାଳିଆକଟା ଗ୍ରାମପଞ୍ଚାୟତର ଖାତା ନଂ ୧୧୫/୨୩ ଓ ୧୧୫/୧୫୯, ପ୍ଲଟ ନଂ ୨(ପ), ୩/୯୭୮ ସମୁଦାୟ ଜାଗା ୮ ଏକର ୧୨ ଡିସିମିଲି ଉପରେ ଅନୁଗୋଳ ସିଭିଲ୍ କୋର୍ଟ ସ୍ଥିତା ବସ୍ତ୍ରା ବଜାଇ ରଖିବାକୁ ତା ୦୭.୦୧.୨୦୧୬ ରେ କେଶ୍ ନଂ ୪୧୫/୨୦୧୫ ଓ କେଶ ନଂ ୧୩୧/୨୦୧୫ରେ ମଧ୍ୟବର୍ତ୍ତୀ କାଳୀନ ଆଦେଶ ଦେଇଥିଲେ। କିନ୍ତୁ ଏହି ଆଦେଶ କୁ ଅବମାନନା କରି ଜିନ୍ଦଲ କନଭେୟର ପାଇପ୍ ଲାଇନ ରୋଡ଼କୁ ତିଆରି କରୁଅଛି। ଏ ସଂକ୍ରାନ୍ତରେ ଉପରୋକ୍ତ ଜାଗାର ମାଲିକ ବରିଷ୍ଠ ନାଗରିକ ଶ୍ରୀଯୁକ୍ତ କୁଞ୍ଜ ମୋହନ ସ୍ୱାଇଁ ଗତ ତା ୧୨.୧୧.୨୦୨୦ ରେ ନିଶା ଥାନା ଓ ଅନୁଗୋଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଅଭିଯୋଗ କରିଥିଲା। କିନ୍ତୁ ଏହି ଅଭିଯୋଗ ଉପରେ ତଦନ୍ତ କରାନଯାଇ ଜିନ୍ଦଲ କନ୍ ଭେୟର ପାଇପ୍ ଲାଇନ କାର୍ଯ୍ୟକୁ ଉପରୋକ୍ତ ଥାନା ଅଧିକାରୀ ମାନେ ପ୍ରଶ୍ରୟ ଦେଉଛନ୍ତି। ଏ ବାବଦରେ ଜାତୀୟ ମାନବାଧିକାର ପରିଷଦ ତରଫରୁ ସୂଚନା ଅଧିକାର ଆଇନ୍ ବଳରେ ତଦନ୍ତର ଅଗ୍ରଗତି ସମ୍ପର୍କରେ ଗତ ତା ୩୧.୧୨.୨୦୨୦ ରେ ନିଶା ଥାନା ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକକୁ ସୂଚନା ମାଗିଥିଲେ। କିନ୍ତୁ ସେମାନେ ତଥ୍ୟ ଦେବାରେ ବିଫଳ ହେବାରୁ ଗତ ତା ୧୭.୦୨.୨୦୨୧ ରେ ଜାତୀୟ ମାନବାଧିକାର ପରିଷଦ ଏ ସମ୍ପର୍କରେ ପ୍ରଥମ ଅପିଲ ନିଶା ଅଧିକାରୀ ଓ ଆରକ୍ଷୀ ଅଧିକ୍ଷକଙ୍କ ଜନ ସୂଚନା ଅଧିକାରୀଙ୍କ ବିରୋଧରେ କରିଛନ୍ତି।




