ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ, କଳସ ଯାତ୍ରା ଅନୁଷ୍ଠିତ
o
ଜେ. ବି. ଏନ୍ (୨୨/୦୨ /୨୦୨୧), ରିପୋର୍ଟ, ଶୁଭମ ପାଣି), ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ରଗଡି ସାହି ସ୍ଥିତ ଆନନ୍ଦ ବଜାର୍ ମହାମାୟୀ ମା ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ପାଇଁ ଆଜି ମାଘ ମାସ ଶୁକ୍ଲ ପକ୍ଷ ଦଶମୀ ତିଥି ଥିବାରୁ ପ୍ରାତଃ ରୁ ସିମିଳିଆ ପୋଖରି ଠାରୁ ଖୋଳ କୀର୍ତ୍ତନ କରି ମା ଙ୍କ ଘଟ ପୂଜାର୍ଚନା କରାଯାଇ କଳସ ଯାତ୍ରା କରାଯାଇଥିଲା। ସୂର୍ଯ୍ୟ ପୂଜା, ଗୋ ପୂଜା ହୋମ ଯଜ୍ଞ ଓ ମା ଙ୍କ ମନ୍ଦିର ବିଜେ ବିଭିନ୍ନ ଭୋଗ ଲାଗି ଦୀପ ଧୂପ ଫୁଲହାର ବିଭିନ୍ନ ପୂଜାର୍ଚନା କରାଯାଇଥିଲା। ପୂଜକ ଡୋଲା ଭାଇନା ଙ୍କ ଦ୍ଵାରା ପୂଜାର୍ଚନା କରାଯାଇଥିଲା। କର୍ତ୍ତା ବିମଲ ଓ ସୋନାଲି, ଶ୍ୟାମସୁନ୍ଦର, ପ୍ରଶାନ୍ତ, ପବିତ୍ର, ସମୀର, ଲିପୁନ, ଅବିନାଶ, ଦୀପୁ, ଓ ନାରୀ ଶକ୍ତି ମାନଙ୍କ ଦ୍ଵାରା ସମାପନ କରାଯାଇଥିଲା।





