5T ବ୍ୟବସ୍ଥା କାର୍ଯ୍ୟକାରି ପାଇଁ ଯୁବ ସାମାଜ ସେବାକାରୀ ଙ୍କ ଦ୍ଵାରା ବ୍ଲକ ଓ ତହସିଲ ଅଫିସ ରେ ଦାବି ପତ୍ର

ଜେ. ବି. ଏନ୍ (୨୨/୦୨ /୨୦୨୧), ରିପୋର୍ଟ, ବିନୋଦ କୁମାର ନାୟକ, ବରଗଡ଼ :ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ରାଜ୍ୟ ସରକାର ଲୋକଙ୍କ ସୁବିଧା ପାଇଁ ଅନେକ ଯୋଜନା କରୁଛନ୍ତି କିନ୍ତୁ କେତେକ ସ୍ୱାର୍ଥଲୋଭି ପ୍ରଶାସନିକ ଅଧିକାରୀ ଙ୍କ ଗର୍ବ ଏବଂ ଅହଙ୍କାର ପାଇଁ ଲୋକେ ରାଜ୍ୟ ସରକାରଙ୍କ ଉପରେ ଆସ୍ଥା ହରାଇଛନ୍ତି ସାଧାରଣ ଜନତା। ଅମ୍ବାଭୋନା ବ୍ଳକ ବହୁ ଯୁବ ସମାଜସେବୀ ଙ୍କ ଉଦ୍ଯମ ରେ ଟ୍ବିଟ କରି ପ୍ରଶାସନ ପାଖକୁ ଲେଖିଜଣାଉଥିବା ମଧ୍ୟ ପ୍ରଶାସନିକ ସ୍ତରରେ ସଂପୂର୍ଣ୍ଣ ଅବହେଲା କରାଯାଉଛି ବୋଲି ଅଭିଯୋଗ କରିଛନ୍ତି । ତେବେ ଏହି ବିଭିନ୍ନ ସମସ୍ୟା ଓ ଦୁର୍ନୀତି ପ୍ରତି ପ୍ରଶାସନ ର ଦୃଷ୍ଟି ପଡିବ ବୋଲି ଅମ୍ବାଭୋନା ବ୍ଳକ ତହସିଲଦାର ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ କୁ ଶତାଧିକ ସ୍ବେଚ୍ଛାସେବୀ ଯୁବକ ଲିଖିତ ଦୃଷ୍ଟି ଆକର୍ଷଣ କରିଛନ୍ତି। କିନ୍ତୁ ଅମ୍ବାଭୋନା ବିଡିଓ ଓ ତହସିଲଦାର କୁ ଟ୍ବିଟର ଆକାଉଣ୍ଟ୍ ଖୋଲିବାକୁ ପାଇଁ ଚାରି ମାସ ବିତି ଯାଇଥିଲେ ମଧ୍ୟ ଟ୍ବିଟର ଆକାଉଣ୍ଟ୍ ଖୋଲି ନଥିବାରୁ ଅମ୍ବାଭୋନା ଅଞ୍ଚଳର ବହୁ ଯୁବ ସମାଜସେବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୁହନ୍ତି ଲୋକମାନେ ହିଁ ପ୍ରକୃତ ସରକାର ଏବଂ ମାଲିକ,ବେତନଭୋଗି କର୍ମଚାରୀ ମାନେ ଲୋକଙ୍କ ପଇସାରେ ଲୋକଙ୍କ ସେବା ପାଇଁ ନିଯୁକ୍ତ ହୋଇଛନ୍ତି କିନ୍ତୁ ଏହି ଘଟଣା ଜାଣିବା ପରେ ସମସ୍ତେ ଭାବିବାକୁ ବାଧ୍ୟ ହେବେ ଯେ ଅମ୍ବାଭୋନା ବ୍ଲକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5T ସଚିବ ଭି କେ ପାଣ୍ଡିଆନଙ୍କ କଥାର କିଛି ମୁଲ୍ୟ ନାହିଁ..ଅଂଚଳରେ ସାମାଜିକ ଗଣମାଧ୍ୟମ ଟ୍ୱିଟର ମାଧ୍ୟମରେ କରାଯାଉଥିବା ଅଭିଯୋଗ ଗୁଡ଼ିକ ବର୍ଷ ବର୍ଷ ଧରି ପଡ଼ିରହୁଛି ଯାହାଫଳରେ ଲୋକଙ୍କ ସରକାର ପ୍ରତି ଥିବା ଆସ୍ଥା ଧୀରେ ଧୀରେ ଭାଙ୍ଗିଯାଉଛି l ତେବେ ଏଥିପ୍ରତି ତୁରନ୍ତ ଦୃଷ୍ଟି ପଡୁ ବୋଲି ଯୁବସମାଜ ସେବୀ ଅଭୟ କୁମାର ପଣ୍ଡା,ଆଶିଷ ପୁରୋହିତ,ସୁବଳ ନାୟକ,ମୃତ୍ଯୁଞ୍ଜୟ ପଣ୍ଡା,ମନୋଜ ଦାସ,ସତ୍ଯନାରାଣ ପଣ୍ଡା,ଗୋପାଳ ପାଢୀ,କିଶୋର ପୁରୋହିତ,ରାଜେଶ ପଟେଲ ବହୁ ଯୁବସମାଜ ସେବୀ ଲିଖିତ ଦୃଷ୍ଟି ଆକର୍ଷଣ କରିଛନ୍ତି l



