ଭିଏଲ ଏସଆରସାମ କ୍ଷେପଣାସ୍ତ୍ରର ପ୍ରଥମ ସଫଳ ପରୀକ୍ଷଣ ହେଲା

ଜେ ବି ଏନ, ୨୩/୦୨ /୨୦୨୧, ଭୁବନେଶ୍ବର/ ବାଲେଶ୍ୱର : ଚାନ୍ଦିପୁର କ୍ଷେପରାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ଭର୍ଟିକାଲ ଲଞ୍ଚ-ସର୍ଟ ରେଞ୍ଜ ସର୍ଫେସ ଟୁ ଏୟାର ମିସାଇଲର ପରୀକ୍ଷା କରାଯାଇଛି। ସଫଳତାର ସହ ଏଡି ମିସାଇଲର ପ୍ରଥମ ପରୀକ୍ଷଣ ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ କରାଯାଇଛି। ସୋମବାର ଅପରାହ୍ଣ ୧.୨୮ ମିନିଟ ଓ ୪.୪୨ ମିନିଟରେ ୩ ନମ୍ବର ଉତକ୍ଷେପଣ କେନ୍ଦ୍ରରୁ ଏହି ପରୀକ୍ଷା କରାଯାଇଛି। ଇଣ୍ଟିଗ୍ରେଟେଡେ ଡିଜାଇନରେ ପ୍ରସ୍ତୁତ ହୋଇଛି ଭର୍ଟିକାଲ ଲଞ୍ଚ-ସର୍ଟ ରେଞ୍ଜ ସର୍ଫେସ ଟୁ ଏୟାର ମିସାଇଲ। ଏକ ଅତ୍ୟାଧୁନିକ ବାୟୁସେନା ପ୍ରତିରକ୍ଷା ପ୍ରଣାଳୀ ଏଥିରେ ରହିଛି। ଗୋଟିଏ ଥରରେ ଏହି ମିସାଇଲ ଏକାଧିକ ସ୍ଥାନକୁ ଟାର୍ଗେଟ କରିପାରିବ। ପ୍ରାୟ ୪୦ କିଲୋ ମିଟର ପର୍ଯ୍ୟନ୍ତ ଏହା ଲକ୍ଷ୍ୟଭେଦ କରିବାର କ୍ଷମତା ରଖିଛି।
ମିସାଇଲ ପରୀକ୍ଷଣ ପୂର୍ବରୁ ଆଇଟିଆରର ଦୁଇ କିଲୋମିଟର ପରିଧିରେ ରହୁଥିବା ଲୋକମାନଙ୍କୁ ସ୍ଥାନାନ୍ତର କରାଯାଇଥିଲା।



