ସାଇବର ଠକେଇ ମାମଲାରେ ଗିରଫ ଅଭିଯୁକ୍ତ କୋର୍ଟ ଚାଲାଣ

ଜେ ବି ଏନ, ୨୫/୦୨ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ଅନୁଗୋଳ : ଅନୁଗୋଳ ଜିଲ୍ଲା ଏନ୍ଟିପିସି ଅଞ୍ଚଳର ଜନୈକ ବ୍ୟକ୍ତିଙ୍କୁ ଠକି ସାଇବର କ୍ରାଇମ କରି ଏକାଧିକ ଟଙ୍କା ଲୁଟ କରିଥିବା ବ୍ୟକ୍ତିଙ୍କୁ ଗିରଫ କରିଛି ସ୍ଥାନୀୟ ପୋଲିସ l ସୂଚନା ମୁତାବକ ଫୋନ ପେ ମାଧ୍ୟମରେ କଣିହାଁ ଏନଟିପିସି ରେ ସିଆଇଏସ ଏଫ ରେ ହେଡ କନେଷ୍ଟବଳ ଭାବେ କାର୍ଯ୍ୟରତ ସଞ୍ଜୟ ନାର୍ଜିନାରୀ ନାମକ ବ୍ୟକ୍ତି ନିଜ ସ୍ତ୍ରୀଙ୍କ ନିକଟକୁ ଟଙ୍କା ପଠାଇବା ସମୟରେ ଟଙ୍କା ଯାଇ ନ ଥିଲା l ଫଳରେ ସେ ଗୁଗଲରୁ ସର୍ଚ୍ଚ କରି ଫୋନ ପେ ର ଏକ କଷ୍ଟୋମର କେୟାର ନମ୍ବର ପାଇଥିଲେ l ସେହି ନମ୍ବର୍ ଟି ଅଭିଯୁକ୍ତ ଅପରାଧି ପଶ୍ଚିମବଙ୍ଗ ର ମଣିର ମିଆର ନମ୍ବର ଥିଲା l ଏହି ସୁଯୋଗରେ ଅଭିଯୁକ୍ତ ତାଙ୍କୁ ଏକ ଆପ୍ ଡାଉନଲୋଡ କରାଇ ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲା l ଅଭିଯୁକ୍ତଙ୍କୁ ଧରିବା ପାଇଁ ସଂଜୟ ପୋଲିସ ର ସାହାଯ୍ୟ ନେଇଥିଲେ l ପୋଲିସ ଟିମ୍ ଅଭିଯୁକ୍ତଙ୍କୁ ପଶ୍ଚିମବଙ୍ଗ ରୁ ଠାବ କରି ଗିରଫ କରିବା ସହ ଏନଟିପିସି ଥାନା ତରଫରୁ ପୁରୁଣା କେଶ ନଂ 16- 30/01 /2021 ରେ ଆଜି ତା ୨୫/୦୨ /୨୦୨୧ ରେ କୋର୍ଟ ଚାଲାଣ କରିଛି ପୋଲିସ l ଅଭିଯୁକ୍ତ ନିକଟରୁ ପୋଲିସ ଗୋଟିଏ ମୋବାଇଲ ଫୋନ ଜବତ କରିଛି ଓ ଅଭିଯୁକ୍ତ ସେହି ଠକେଇ ଟଙ୍କାରେ ଅନଲାଇନ ଜରିଆରେ ବିଭିନ୍ନ୍ ପ୍ରକାର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ କିଣିଥବା ଜଣାପଡିଛି l



