କେନ୍ଦ୍ରାପଡ଼ାରେ ପ୍ରତିଷ୍ଠା ହେବ ଷ୍ଟିଲ ପ୍ଲାଣ୍ଟ : ହେବ ୫୦ ହଜାର କୋଟିର ନିବେଶ

ଜେ ବି ଏନ, ୦୪/୦୩/୨୦୨୧, (ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି), ଭୁବନେଶ୍ବର : କେନ୍ଦ୍ରାପଡ଼ାରେ ପ୍ରତିଷ୍ଠା ହେବ ଷ୍ଟିଲ୍ ପ୍ଲାଣ୍ଟ । ଭାରତର ପ୍ରତିଷ୍ଠିତ ଷ୍ଟିଲ୍ କମ୍ପାନୀ ଆର୍ସିଲର ମିତ୍ତଲ ନିପନ୍ ପକ୍ଷରୁ ଏହି ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ । ଗୁରୁବାର ଏ ନେଇ ରାଜ୍ୟ ସରକାର ଏବଂ ଆନ୍ସେଲର ମିତ୍ତଲ ନିପନ ମଧ୍ୟରେ ଚୁକ୍ତି ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆନ୍ସିଲର ମିତ୍ତଲ ଅଧ୍ୟକ୍ଷ ଏଲ . ଏନ . ମିତ୍ତଲଙ୍କ ଉପସ୍ଥିତିରେ ଚୁକ୍ତି ସ୍ବାକ୍ଷରିତ ହୋଇଛି । ଚୁକ୍ତି ଅନୁସାରେ ଆନ୍ସେଲର ମିତ୍ତଲ ନିପନ କମ୍ପାନୀ ରାଜ୍ୟରେ ୫୦ ହଜାର କୋଟି ଟଙ୍କା ପୁଞ୍ଜି ନିବେଶ କରିବ । ଏଥିରେ ୧୨ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଇସ୍ପାତ୍ କାରଖାନା ପ୍ରତିଷ୍ଠା କରାଯିବ । ସୂଚନାଯୋଗ୍ୟ , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଆନ୍ସେଲର ମିତ୍ତଲର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଲକ୍ଷ୍ମୀନିବାସ ମିତ୍ତଲ ଓ ସିଇଓ ଆଦିତ୍ୟ ମିତ୍ତଲଙ୍କ ମଧ୍ୟରେ ଗତ ମଙ୍ଗଳବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ନୂଆଦିଲ୍ଲୀସ୍ଥିତ ବାସଭବନରେ ଆୟୋଜିତ ଏହି ବୈଠକରେ ଧର୍ମେନ୍ଦ୍ର ଓଡ଼ିଶାରେ ଇସ୍ପାତ ଉତ୍ପାଦନ ଓ ଖଣି କ୍ଷେତ୍ରର ଅଭିବୃଦ୍ଧି ଏବଂ କମ୍ପାନୀର ସମ୍ପ୍ରସାରଣ ସହ ଜଡ଼ିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ବିଶେଷକରି ଓଡ଼ିଶାକୁ ଇସ୍ପାତ୍ର ପେଣ୍ଠସ୍ଥଳୀରେ ପରିଣତ କରିବା ଓ ସେରେ ଆର୍ଥେଲର ମିତ୍ତଲର ଭୂମିକା କ’ଣ ରହିବ ତାହା ଉପରେ ବୈଠକରେ ଆଲୋଚନା ହୋଇଥିଲା ।



