୨ ସୁନା ଲୁଟେରାଙ୍କୁ ଗିରଫ କଲା କଟକ ପୁରୀ ଘାଟ ଥାନା ପୋଲିସ, ୩୬ ଲକ୍ଷ ଟଙ୍କାର ସୁନା ବିସ୍କୁଟ ଜବତ

ଜେ ବି ଏନ, ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି, କଟକ, ୧୪/୦୩/୨୦୨୧, : ଏକ ବଡ ଧରଣର ସୁନା ଠକେଇରେ ସମ୍ପୃକ୍ତ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା କଟକ ପୁରୀ ଘାଟ ଥାନା ପୋଲିସ। ଏହି ୨ ଅଭିଯୁକ୍ତଙ୍କ ନିକଟରୁ ପ୍ରାୟ ୩୬ ଲକ୍ଷ ଟଙ୍କାର ସୁନା ବିସ୍କୁଟ ଜବତ କରିଛି ପୋଲିସ। ଏହି ଦୁଇ ଜଣଙ୍କ ନାମରେ ପ୍ରାୟ ୩୬ ଲକ୍ଷ ଟଙ୍କାର ସୁନା ନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଥିଲା।ସୂଚନାନୁଯାୟୀ, ଯାଜପୁରର ରାଜ କିଶୋର ସାହୁ ଓ ଜିତେନ୍ଦ୍ର ସାହୁ ରେମୁଣାର ଜଣେ ସୁନା ବ୍ୟବସାୟୀଙ୍କ ଠାରୁ ଚଞ୍ଚକତା କରି ପ୍ରାୟ ୩୬ ଲକ୍ଷ ଟଙ୍କାର ସୁନା ଗହଣା ନେଇ ଫେରାର ହୋଇଯାଇଥିଲେ। ରେମୁଣାର ସୁନା ବ୍ୟବସାୟୀ ସନ୍ତୋଷ ମହାରଣାଙ୍କୁ ଏହି ଦୁଇ ଜଣ ୮ ଶହ ଗ୍ରାମ ସୁନା ବିସ୍କୁଟ ବଦଳରେ ୧୨ ଶହ ଗ୍ରାମର ସୁନା ଅଳଙ୍କାର ଦେବେ ବୋଲି ପ୍ରତିଶୃତି ଦେଇଥିଲେ। କଥା ମୁତାବକ ସନ୍ତୋଷ ସନା ବିସ୍କୁଟ୍ ଆଣି କଟକର ଯାଉଁଳିଆପଟ୍ଟି ଅଞ୍ଚଳରେ ପହଞ୍ଚିଥିଲେ। ହେଲେ ରାଜକିଶୋର ଓ ଜିତେନ୍ଦ୍ର ସେଠାରେ ପହଞ୍ଚି ସୁନାର ମାନ ପରିକ୍ଷା କରିବା ବାହାନାରେ ସେଠାରୁ ଫେରାର ହୋଇଯାଇଥିଲେ। ଏହି ସୁନାର ମୂଲ୍ୟ ପ୍ରାୟ ୩୬ ଲକ୍ଷ ଟଙ୍କା ହୋଇଥିବା କୁହାଯାଉଛି। ତେବେ ଜିତେନ୍ଦ୍ର ଓ ରାଜ କିଶୋର ସେଠାରୁ ଫେରାର ହୋଇଯିବାରୁ ସନ୍ତୋଷ ଏସମ୍ପର୍କରେ ପୁରୀ ଘାଟ ଥାନାରେ ଏତଲା ଦେଇଥିଲେ। ଏତଲା ପରେ ୨ ଅଭିଯୁକ୍ତଙ୍କ ଧରିବାରେ ସଫଳ ହୋଇଛି ପୋଲିସ। ଜିତେନ୍ଦ୍ର ଓ ରାଜକିଶୋରଙ୍କୁ ପୁରୀ ଘାଟ ଥାନା ପୋଲିସ କାବୁ କରି ସେମାନଙ୍କ ଠାରୁ ୩୬ ଲକ୍ଷ ଟଙ୍କାର ସୁନା ବିସ୍କୁଟ ଜବତ କରିଛି।
ସୂଚନାନୁଯାୟୀ, ଯାଜପୁରର ରାଜ କିଶୋର ସାହୁ ଓ ଜିତେନ୍ଦ୍ର ସାହୁ ରେମୁଣାର ଜଣେ ସୁନା ବ୍ୟବସାୟୀଙ୍କ ଠାରୁ ଚଞ୍ଚକତା କରି ପ୍ରାୟ ୩୬ ଲକ୍ଷ ଟଙ୍କାର ସୁନା ଗହଣା ନେଇ ଫେରାର ହୋଇଯାଇଥିଲେ। ରେମୁଣାର ସୁନା ବ୍ୟବସାୟୀ ସନ୍ତୋଷ ମହାରଣାଙ୍କୁ ଏହି ଦୁଇ ଜଣ ୮ ଶହ ଗ୍ରାମ ସୁନା ବିସ୍କୁଟ ବଦଳରେ ୧୨ ଶହ ଗ୍ରାମର ସୁନା ଅଳଙ୍କାର ଦେବେ ବୋଲି ପ୍ରତିଶୃତି ଦେଇଥିଲେ। କଥା ମୁତାବକ ସନ୍ତୋଷ ସନା ବିସ୍କୁଟ୍ ଆଣି କଟକର ଯାଉଁଳିଆପଟ୍ଟି ଅଞ୍ଚଳରେ ପହଞ୍ଚିଥିଲେ। ହେଲେ ରାଜକିଶୋର ଓ ଜିତେନ୍ଦ୍ର ସେଠାରେ ପହଞ୍ଚି ସୁନାର ମାନ ପରିକ୍ଷା କରିବା ବାହାନାରେ ସେଠାରୁ ଫେରାର ହୋଇଯାଇଥିଲେ। ଏହି ସୁନାର ମୂଲ୍ୟ ପ୍ରାୟ ୩୬ ଲକ୍ଷ ଟଙ୍କା ହୋଇଥିବା କୁହାଯାଉଛି। ତେବେ ଜିତେନ୍ଦ୍ର ଓ ରାଜ କିଶୋର ସେଠାରୁ ଫେରାର ହୋଇଯିବାରୁ ସନ୍ତୋଷ ଏସମ୍ପର୍କରେ ପୁରୀ ଘାଟ ଥାନାରେ ଏତଲା ଦେଇଥିଲେ। ଏତଲା ପରେ ୨ ଅଭିଯୁକ୍ତଙ୍କ ଧରିବାରେ ସଫଳ ହୋଇଛି ପୋଲିସ। ଜିତେନ୍ଦ୍ର ଓ ରାଜକିଶୋରଙ୍କୁ ପୁରୀ ଘାଟ ଥାନା ପୋଲିସ କାବୁ କରି ସେମାନଙ୍କ ଠାରୁ ୩୬ ଲକ୍ଷ ଟଙ୍କାର ସୁନା ବିସ୍କୁଟ ଜବତ l


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-17.jpg)
