ବିଜୁଳି ସଂଯୋଗ ପାଇଁ ଟ୍ରାନ୍ସଫର୍ମର କୁ ଚଢ଼ିଥିବା ବେଳେ ଜଣେ ମୃତ

ଜେ ବି ଏନ, ୧୯/୦୩/୨୦୨୧, (ରିପୋର୍ଟ, ଚୈତନ୍ୟ ସାହୁ),ଅନୁଗୋଳ : ଅନୁଗୋଳ ଜିଲ୍ଲାରେ ବିଦ୍ୟୁତ ସଂଯୋଗ ପାଇଁ ଇଲେକ୍ଟ୍ରି ଟ୍ରାନ୍ସଫରମର କୁ ଚଢ଼ିଥିବା ବେଳେ ଚାଲିଗଲା ଜଣଙ୍କ ଜୀବନ। ଅନୁଗୋଳ ଜିଲ୍ଲା ସଦର ଥାନା ମୂଷାପାପୁଲି ଗାଁରେ ଏଭଳି ଘଟଣା ଦେଖି ବାକୁ ମିଳିଛି। ମିଳିଥିବା ସୂଚନା ମୃତ ଜଣକ ହେଲେ ସେଇ ଗାଁର ଧୀର ସାହୁ। ଗ୍ରାମରେ ବିଜୁଳି ନଥିବା ବେଳେ ଟ୍ରାନ୍ସଫରମରକୁ ମରାମତି ପାଇଁ ଚଢି ଥିଲେ। ମରାମତି କରୁଥିବା ବେଳେ ବିଜୁଳି ଆଘାତ ଲାଗିବା ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଟ୍ରାନ୍ସଫର୍ମର ଉପରେ ମୃତ ଦେହ ଝୁଲି ରହିଛି। ଖବର ପାଇ ଗାଁ ଲୋକେ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ଘଟଣା ସ୍ଥଳରେ ବିଦ୍ୟୁତ କର୍ମଚାରୀ କିମ୍ବା ପୋଲିସ ପହଁଚି ନଥିବା ବେଳେ ଉତ୍ତେଜନା ଦେଖା ଦେଇଛି।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-17.jpg)

