Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

 ବାଇକ୍, ସାଇକେଲ ଓ ପାଚେରୀ ଧକ୍କା ଦେଇ ଓଲଟିଲା କାର୍

ଜେ. ବି. ଏନ୍ (୧୯/୦୩ /୨୦୨୧) ଅନୁଗୋଳ : ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଝିଜିରିବାହଲ ଉଚ୍ଚ ନିକଟରେ ଏକ କାର୍ ସିରିଜ୍ଘ ଦୂର୍ଘଟଣା ଘଟେଇ ଓଳଟି ପଡିଥିଲା। ଦୁର୍ଘଟଣାରେ ଦୁଇ ବାଇକ୍, ସାଇକେଲ ଏବ୍ଂ ଦୋକାନର ସାମ୍ନାରେ ଏକ ପାଚେରୀ କ୍ଷତି ଗସ୍ତ ହୋଇଛି। ପ୍ରତେକ୍ଷ ଦର୍ଶି ଙ୍କ ସୂଚନା ଅନୁଯାୟୀ ଏକ କାର୍ (OD-19-S-7641)ସନ୍ଧ୍ୟା ୮ ଟା ସମୟରେ ବନ୍ଦା ଗ୍ରାମ ଆଡୁ ତୁଳସୀପାଲ ଗ୍ରାମ ଆଡ଼େ ଦ୍ରୁତ ଗତିରେ ଯାଇଥିବା ସମୟରେ ଝିଜିରିବାହଲ ନିକଟରେ ଥିବା ବଜାର ପାଖରେ ଠିଆ ହୋଇଥିବା ଦୁଇଟି ବାଇକ୍ ଓ ଦୁଇଟି ସାଇକେଲ କୁ ଧକ୍କା ଦେବା ସହ ନିକଟସ୍ଥ ଦୋକାନର ଏକ ପାଚେରୀ କୁ ଭାଙ୍ଗି ରାସ୍ତା ପାର୍ଶ୍ଵକୁ ଓଲଟି ପଡିଥିଲା। ସେତେ ବେଳେ କୁ ଉକ୍ତ ସ୍ଥାନରେ ରେ ଲୋକ ଗହଳି ଥିଲେ ସୁଦ୍ଧା ଭାଗ୍ୟ ବସତଃ କାହାର କିଛି କ୍ଷତି ହୋଇ ନ ଥିଲା। ସ୍ଥାନୀୟ ଲୋକେ କାର୍ କୁ ରାସ୍ତା ଉପରକୁ ଉଠାଇ ଥିଲେ। ତେବେ କାର୍ ଚାଳକଙ୍କ ଅସଭ୍ୟ ଭାଷା ଯୋଗୁଁ ଲୋକ ମାନେ ଉତ୍ତେଜିତ ହୋଇ ଉତ୍ତମ ମଧ୍ୟମ ଦେଇଥିଲେ। ଖବର ପାଇ ବଅଁରପାଳ ଥାନା ଅଧିକାରୀ ସୁଶିଲ କୁମାର କର ଘଟଣା ସ୍ଥଳରେ ପହଞ୍ଚି ଚାଳକ କୁ ଉଦ୍ଧାର କରି ମେଡିକାଲ ପଠେଇ ଥିଲେ। ସ୍ଥାନୀୟ ଲୋକେ କ୍ଷତି ପୂରଣ ଦାବିରେ ଦୁର୍ଘଟଣା ଗସ୍ତ କାର୍ , ବାଇକ୍, ସାଇକେଲ ଜବତ କରିବାକୁ ଛାଡି ନ ଥିଲେ। ଫଳରେ ଉତେଜନା ଦେଖାଯାଇଥିଲା। ପୋଲିସ୍ ବହୁ ବୁଝାଶୁଝା କରି ନ୍ ମିଳିବାରୁ ଶେଷରେ ଥାନା ଅଧିକାରୀ ଶ୍ରୀ କର ତାଙ୍କ ଗାଡି ଡାକ ଜନ୍ତ୍ର ସାହାଯ୍ୟରେ କୋଭିଡ ପାଇଁ ଏକାଠି ହେବା, ଚାଳକକୁ ବାଡେଇବା ଓ ପୋଲିସ୍ କୁ ନିୟମ ଅନୁଯାୟୀ କାର୍ଯ୍ୟ କରିବାରେ ଅସହଯୋଗ କରିବା ଆଦି ଅପରାଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିବା ସହ ଦୁର୍ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଛଡା ଅନ୍ୟ ସମସ୍ତ ସ୍ଥାନ ଛାଡି ଯିବାକୁ ଚେତାବନୀ ଦେଇଥିଲେ। ଫଳରେ ଗହଳି କମିଥିଲେ। ପରେ ପୋଲିସ୍ ଦୁର୍ଘଟଣା ଗସ୍ତ କାର୍, ବାଇକ୍, ସାଇକେଲ ଗୁଡିକୁ ଜବତ କରୀ ଥାନାକୁ ଆଣିବା ସହ ଏକ ମାମାଲା ରୁଜୁ କରିଛି।

You missed