
ସୁନ୍ଦରଗଡ଼ ବିକାଶ ଫୋରମ ଅଧକ୍ଷା ତଥା ସୁନ୍ଦରଗଡ଼ ବିଧାୟିକାଙ୍କୁ ଛାତ୍ରନେତାଙ୍କ କଡା ସମାଲୋଚନା
(ଜେ ବି ଏନ /ସୁଶାନ୍ତ ଗଡ଼ନାୟକ) ୨୧/୦୩ /୨୦୨୧ ସୁନ୍ଦରଗଡ଼ /ରାଉରକେଲା : ରାଉରକେଲା ହେଉଛି ସମଗ୍ର ସୁନ୍ଦରଗଡ଼ ଜିଲ୍ଲାର ଆବଶ୍ୟକିୟ ଭିତିଭୂମି ଅଞ୍ଚଳ l ସମସ୍ତ ପ୍ରକାର ଆବଶକ୍ୟ ସୁବିଧା ଏଠାରେ ଉପଲବ୍ଧ l କେବଳ ରାଉରକେଲା ନୁହେଁ ସମଗ୍ର ସୁନ୍ଦରଗଡ଼ ଜିଲ୍ଲା ଓ ପଡୋଶୀ ରାଜ୍ୟ ର ଲୋକମାନେ ମଧ୍ୟ ରାଉରକେଲା ଉପରେ ନିର୍ଭର କରି ସ୍ୱାସ୍ଥ୍ୟ ଶିକ୍ଷା ଉପରେ ନିର୍ଭର କରିଥାନ୍ତି l ଏଣୁ ଦ୍ୱିତୀୟ ଏମ୍ସ ରାଉରକେଲା ଠାରେ ହେଲେ ସମସ୍ତ ପ୍ରକାର ସୁବିଧା ଜିଲ୍ଲା ବାସୀ ଓ ପଡୋଶୀ ରାଜ୍ୟ ର ଲୋକମାନେ ପାଇପାରିବେ ରାଉରକେଲାବାସୀଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି l ସୁନ୍ଦରଗଡ଼ ବିଧାୟିକା ଦେଇଥିବା ପ୍ରେସବିବୃତି କୁ ତୀବ୍ର ନିନ୍ଦା କରିଛନ୍ତି ଛାତ୍ର ନେତା ତାପସ ଘୋସାଲ l ଶ୍ରୀ ଘୋସାଲ କହିଛନ୍ତି କୋଭିଡ ସମୟ ରେ ରାଉରକେଲା ବିଧାୟକଙ୍କ କାର୍ଯ୍ୟ କୁ ସାରା ଭାରତବର୍ଷ ଦେଖିଛି l କୋଭିଡ ଆକ୍ରାନ୍ତ ହୋଇ ଜିଲ୍ଲାର ଏବଂ ଜିଲ୍ଲା ବାହାରୁ ତଥା ପଡୋଶୀ ରାଜ୍ୟ ର ବିଭିନ୍ନ ସ୍ଥାନ ରୁ ଆସି ରାଉରକେଲା ବିଧାୟକଙ୍କ ସହଯୋଗ ରେ ରୋଗୀ ମାନେ ରାଉରକେଲା କୋଭିଡ ହସ୍ପିଟାଲ ରେ ଭଲହୋଇ ଘରକୁ ଫେରିଛନ୍ତି l ସଦାସର୍ବଦା ବିଧାୟକ ସ୍ୱାସ୍ଥ୍ୟ କ୍ଷେତ୍ର ଜିଲ୍ଲାବାସୀଙ୍କ ସହ ଛିଡାହେବାର ଅନେକ ଅବଦାନ ରହିଛି ଯାହା ଅନ୍ତର୍ଜାତୀୟ ଗଣମାଧ୍ୟମ ରେ ମଧ୍ୟ ଅନେକ ସମୟରେ ପ୍ରକାଶିତ ହୋଇଅଛି l ଶ୍ରୀ ଘୋସାଲ କହିଛନ୍ତି ବିକାଶ କୁ ସୁନ୍ଦରଗଡ଼ବାସୀ ବିଶ୍ୱାସ କରନ୍ତି ସୁନ୍ଦରଗଡ଼ ଜିଲ୍ଲା ଭିତରେ ରାଉରକେଲା ଆସେ l ବିଧାୟିକା ସୁନ୍ଦରଗଡ଼ ଓ ରାଉରକେଲା ପ୍ରତି ପାର୍ଥକ୍ୟ ରାଜନୀତି କରୁଛନ୍ତି ଏହା ର ଜବାବ ଆଗାମୀ ଦିନରେ ସାରା ଜିଲ୍ଲାବାସୀ ତାଙ୍କୁ ଦେବେ ଶ୍ରୀ ଘୋସାଲ କହିଛନ୍ତି l

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/05/Picsart_25-11-05_07-59-52-526.jpg)

