ରକ୍ତଦାନ ଶିବିର ଅନୁଷ୍ଠିତ : କଣିହାଁ

ଜାଗ୍ରତ ଭାରତ ନୀୟୁଜ୍, ୨୩/୦୩ /୨୦୨୧, (ରିପୋର୍ଟ, ସୌମ୍ୟରଞ୍ଜନ ଶତପଥୀ) ,
କଣିହାଁ ବ୍ଲକ: ” ବିଜୁ ଯୁବ ଜନତା ଦଳ ” ଦ୍ବାରା ଅନୁଗୋଳ ଜିଲ୍ଲାର ପାଳଲହଡା ନିର୍ବାଚନ ମଣ୍ଡଳୀର ସମଲ ଠାରେ , ” ବିଜୁ ଯୁବ ଜନତା ଦଳ ଓ ଓଡିଶା – ମୋ – ପରିବାର ” ଆନୁକୁଲ୍ୟରେ ଏକ ରକ୍ତଦାନ ଶିବୀର ଆୟୋଜନ ହୋଇଯାଇଛି | ଏହି ଶିବୀରରେ ୫୨ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା |
ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ପାଳଲହଡା ଶ୍ରୀ ମୁକେଶ କୁମାର ପାଳ ଯୋଗଦାନ କରି ଏହି ଶିବୀରକୁ ଉଦଘାଟନ କରିଥିଲେ | ସମ୍ମାନିତ ଅତିଥି ଭାବେ କଣିହାଁ ବ୍ଳକ ସଭାପତି ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ସାହୁ ବିଜୁ ଯୁବ ଜନତା ଦଳ ର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦିନେଶ ପ୍ରଧାନ ଓ ବ୍ଲକ ଯୁବ ସଭାପତି ଶ୍ରୀଯୁକ୍ତ ଗଗନ ରାଉତ ଉପସ୍ଥିତ ଥିଲେ |
- ବିଜୁ ଯୁବ ଜନତା ଦଳ ର କଣିଁହା ବ୍ଲକ କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ରାମକୃଷ୍ଣ ପ୍ରଧାନ ଓ ଜିଲ୍ଲା ସମ୍ପାଦକ ଶ୍ରୀ ପ୍ରଦୀପ କୁମାର ସାମଲ ଙ୍କ ତତ୍ତ୍ବାବଧନରେ ଏହି ରକ୍ତଦାନ ଶିବୀର ଆୟୋଜିତ ହୋଇଥିଲା |

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-17-scaled.jpg)


