ବଢ଼ିଲା ବିଦ୍ୟୁତ ଦର

ଜେ ବି ଏନ, ୨୭/୦୩ /୨୦୨୧, (ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି), ଭୁବନେଶ୍ୱର : ରାଜ୍ୟରେ ବୃଦ୍ଧି ପାଇଛି ବିଦ୍ୟୁତ ଦର। ୨୦୨୧-୨୨ ପାଇଁ ଓଇଆର୍ସିଙ୍କ ପକ୍ଷରୁ ଦରଧାର୍ଯ୍ୟ କରାଯାଇଛି। ନୂଆଦର ଅନୁଯାୟୀ କିଲୋଓ୍ବାଟ୍ ପିଛା ସର୍ବନିମ୍ନ ୩୦ ପଇସା ବୃଦ୍ଧି କରାଯିବାକୁ ଓଇଆର୍ସି ମଞ୍ଜୁରୀ ପ୍ରଦାନ କରିଛନ୍ତି। ସେହିଭଳି ପ୍ରଥମ ୫୦ ୟୁନିଟ୍ ପାଇଁ ୟୁନିଟ୍ ପିଛା ଦର ୩ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ୫୧ରୁ ୧୦୦ ୟୁନିଟ୍ ପାଇଁ ୪.୮୦ ଟଙ୍କା,୨୦୧ରୁ ୪୦୦ ୟୁନିଟ୍ ପାଇଁ ୫.୮୦ ଟଙ୍କା ଏବଂ ୪୦୦ ୟୁନିଟ୍ରୁ ଅଧିକ ହେଲେ ୟୁନିଟ୍ ପିଛା ଦର ୬.୨୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏପ୍ରିଲ ୪ ତାରିଖରୁ ଏହି ବର୍ଦ୍ଧିତ ଦର ଲାଗୁ ହେବ। ତେବେ ପୂର୍ବରୁ ଅକ୍ଟୋବର ମାସରେ ବିଦ୍ୟୁତ ଦର ୨୦ ପଇସା ବଢ଼ିଥିଲା।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-15-scaled.jpg)
