Spread the love

ଅଷ୍ଟମପ୍ରହର ନାମ ଯଜ୍ଞ ମଠ ସାହିରେ ଅନୁଷ୍ଠିତ

ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ଜରି ପଞ୍ଚାୟତର ମଠ ସାହିରେ ଅଷ୍ଟମପ୍ରହର ନାମ ଯଜ୍ଞ ମହାଉଲ୍କାଷରେ ଅନୁଷ୍ଠିତ ହୋଇଯାଇଛି।ଗତ ତିନି ଦିନ ଧରି ଅନୁଷ୍ଠିତ ହୋଇ ଆସୁଥିବା ଏହି ନାମ ଯଜ୍ଞ ର ପ୍ରଥମ ଦିନରେ ଅଧିବାସ, ଦ୍ଵିତୀୟ ଦିନରେ ନାମ ଯଜ୍ଞ , ପ୍ରସାଦ ସେବନ,ଏବଂ ଶେଷ ଦିନରେ ନଗର ସଂକୀର୍ତ୍ତନ ପଞ୍ଚାୟତ ସାରା ବୁଲିଯିଲା ,ଏହି ତିନି ଦିନ ସମଗ୍ର ମଠ ସାହିରେ ଠାକୁରଙ୍କ ହରେ ରାମ ହରେ ରାମ ,ରାମ ରାମ ହରେ ହରେ , ହରେକୃଷ୍ଣ,, ହରେକୃଷ୍ଣ , କୃଷ୍ଣ କୃଷ୍ଣ ହରେ ହରେ ର ପ୍ରତିଧ୍ଵନିର ଏକ ଭାବ ବେଗ ମୁଷ୍ଟି ହୋଇଥିଲା।ଏହି ଦିନରେ ସମସ୍ତ ଙ୍କ ପରିବାରକୁ ବନ୍ଧୁ ବାନ୍ଧବ ଆସିଥାନ୍ତି। ଏଥିରେ ଏକ ସୁନ୍ଦର ଆଧ୍ୟାତ୍ମିକ ପରିବେଶ ମୁଷ୍ଟି ହୋଇଥାଏ।ଏହି ନାମ ଯଜ୍ଞରେ ବ୍ଳକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ, ସମାଜସେବୀ କଳୈସ ସେଠି,ସରପଞ ନନ୍ଦକିଶୋର ମଲ୍ଲିକ,ଚିକଣା ପଞ୍ଚାୟତର ସରପଞ୍ଚ ପାର୍ବତୀ ମଲ୍ଲିକ, ସଂଧ୍ୟାରାଣୀ ପାତ୍ର, ପ୍ରଦ୍ୟୁମ୍ନ ପାତ୍ର,ନାୟବସରପଞ ଅନ୍ନପୂର୍ଣ୍ଣା ସାମଲ,ସୁବ୍ରତ କୁମାର ସାମଲ,ପ୍ରସନ୍ନ ନାୟକ ପ୍ରମୁଖ ଯୋଗଦେଇ ମଠ ସାହିର କର୍ମକର୍ତ୍ତା ମାନଙ୍କ ଉଦ୍ୟମକୁ ଭୁରି ଭୁରି ପ୍ରଶଂସା କରିଥିଲେ। ସୁବାଷ ଚନ୍ଦ୍ର ମଲ୍ଲିକ,ନିର୍ମଳ ମଲ୍ଲିକ,ଅନିଲ ମଲ୍ଲିକ,ଦୃର୍ଗାପ୍ରସାଦ ଦାସ,ଅଭୟ ମଲ୍ଲିକ, ଅଞ୍ଚଳ ମଲ୍ଲିକ,ମହନ୍ତ ମଲ୍ଲିକ, ଶତ୍ରୁଘ୍ନ ମଲ୍ଲିକ, ସୁଦର୍ଶନ ମଲ୍ଲିକ, ସୁବ୍ରତ କୁମାର ମଲ୍ଲିକ, ବିଶ୍ଵନାଥ ମଲ୍ଲିକ, ପ୍ରକାଶ ମଲ୍ଲିକ ଉଗ୍ରସେନ ମଲ୍ଲିକ,ଚଗଲା ମଲ୍ଲିକ ପ୍ରମୁଖ ସହଯୋଗ କରିଥିଲେ।

ଯାଜପୁରରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *