ପୁନର୍ବାର ନାଲକୋ କଲୋନୀ ରୁ ଚୋରି ,
ଛଅ ଲକ୍ଷ ଟଙ୍କା ର ସୁନା ଗହଣା ଚୋରି କରି ନେଇଗଲେ ଦୁର୍ବୁକ୍ତ
ଅନୁଗୋଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ନାଲକୋ କଲୋନୀ ରେ ପୁନର୍ବାର ଚୋରି ହୋଇଛି , ଯାହାଦ୍ଵାରା ଏବେ ସମ୍ପୂର୍ଣ କଲୋନୀ ରେ ଆତଙ୍କ ସହିତ ଭୟର ବାତାବରଣ ଖେଳି ଯାଇଛି|ଗୁରୁବାର ରାତି ୧.୩୦ ମିନିଟ ରୁ ୨.୦୦ ମଧ୍ୟରେ ନାଲକୋ ସରସ୍ବତୀ ବିଦ୍ୟା ମନ୍ଦିର ର ଅଧକ୍ଷ ଡ଼କ୍ଟର ଶତ୍ରୁଘନ ବେହେରା ଙ୍କ କ୍ଵାଟର D /୯୧ ଘରୁ ସୁନା ଗହଣା ଯଥା- ସୁନା ହାର ୨ ଟା, କାନ ଫୁଲ, ସୁନାଚୁଡି ଚୋରି ହୋଇଥିବା ନାଲକୋ ଥାନା ରେ ଅଭିଯୋଗ ହୋଇଛି , ଯାହାର ମୂଲ୍ୟ ଛଅ ଲକ୍ଷ ହେବ ବୋଲି ଶ୍ରୀ ବେହେରା ପ୍ରକାଶ କରିଛନ୍ତି , ତେବେ ଏଠାରେ ପ୍ରକାଶ ଥାଉ କି ବିଗତ ଜାଗର ଯାତ୍ରା ଦିନ ଡି.ପିଇ.ଏସ ଶିକ୍ଷକ ଙ୍କ ଘରୁ ଚୋରି ହୋଇଥିଲା ,ଏଥିରେ ନାଲକୋ ପୋଲିସ , ନାଲକୋ ର ସୁରକ୍ଷା କର୍ମୀ ଜୋରସର ତଦନ୍ତ କରିଥିଲେ ଫଳରେ ୩ ଜଣ ନାବଳକ ସହ ଜଣେ ସାବାଳକ କୁ ପୋଲିସ ଧରି କୋର୍ଟ ଚାଲାଣ କରିଥିଲା ଓ ସେହି ବ୍ୟକ୍ତି ମାନେ ପୋଲିସ କୁ ଖୋଲା ଚ୍ୟାଲେଞ୍ଚ କରିଥିଲେ କି ଆଜି ଜେଲ-କାଲି ବେଲ ଓ ସେଇଆ ମଧ୍ୟ ହୋଇଥିଲା ସେମାନେ ଗିରଫଦାରି ର ପରଦିନ ବେଲ ରେ ଆସିଥିଲେ ,ଏଠି ପ୍ରଶ୍ନ ଉଠେ କି ନାଲକୋ ସୁରକ୍ଷା କର୍ମୀ ଦୁଇ ଦୁଇ ଟି ଅଫିସ କରି *କରୁଛନ୍ତି* କଣ କିଏ ଦେବ ନାଲକୋ କଲୋନୀ ବାସୀ ଙ୍କୁ ସୁରକ୍ଷା |ତେବେ ଏହି ସବୁ ଚୋରି ପଛରେ ନିଶା କାରବାର ମୁଖ୍ୟ କାରଣ ବୋଲି କୁହା ଯାଉଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି |




