ଜଡ଼ିପଦା ରେ ଓରାମ ସମ୍ପ୍ରଦାୟର ସାରହୁଲ ପୂଜା ମହୋତ୍ସବ ଅନୁଷ୍ଠିତ
କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଶଙ୍କିରୀ ପଞ୍ଚାୟତ ଜଡ଼ିପଡ଼ା ଗ୍ରାମର ସାରନା ପୂଜା ସ୍ଥଳରେ ଆଜି ଓରାମ ସମ୍ପ୍ରଦାୟର ସାରହୁଲ (ଖାଦ୍ଧି )ପୂଜା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି ।ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲା ସମେତ ବିଭିନ୍ନ ଜିଲାରୁ ହଜାର ହଜାର ସଂଖ୍ୟାରେ ଓରାମ (ଓରାନ)ସମ୍ପ୍ରଦାୟର ପୁରୁଷ ମହିଳା ଯୁବକ, ଯୁବତୀ ମାନେ ସାରହୁଲ (ଖାଦ୍ଧି )ପୂଜା ମହୋତ୍ସବରେ ଯୋଗଦାନ କରିଥିଲେ ।ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୁନ୍ଦରଗଡ ଲୋକ ସଭା ସାଂସଦ ଜୁଏଲ ଓରାମ, ସମ୍ମାନୀତ ଅତିଥି ଭାବେ କେନ୍ଦୁଝର ଜିଲ୍ଲା ସ୍ୱତନ୍ତ୍ର ଉର୍ନୟନ ପରିଷଦ ଅଧକ୍ଷ୍ୟା ଲଷ୍ମୀ ନାଏକ, ଓଡିଶା ଓରାମ ସଂକୃତି ସମାଜ ସଭାପତି ଶୁକେଷି ଓରାମ, ଓରାମ ସଂଘ ସଭାପତି କୀର୍ତନ ବିହାରୀ ଓରାମ ପ୍ରମୁଖ ଯୋଗ ଦେଇ ଓରାମ ସମାଜ ସଂସ୍କୃତି ଭାଷା ନୀତି ଆଦର୍ଶ ପ୍ରକୃତି ସହିତ ଜଡିତ ହୋଇ ଏଜାତି କିପରି ଆଗକୁ ଯାଇ ଏକ ସ୍ୱତନ୍ତ୍ର ସ୍ଥାନ ବଜାଇ ରଖିବ ସେ ସମ୍ପର୍କରେ ଅତିଥି ଗଣ ମତାମତ ପ୍ରକାଶ କରିଥିଲେ । ଶୁକେଷି ଓରାମ ତାଙ୍କ ବକ୍ତବ୍ୟରେ କହିଥିଲେ କି ଓରାମ ଜାତିର ଲୋକମାନେ ବେଳେ ବେଳେ କୌଣସି ଧର୍ମର ପ୍ରଲୋଭନକୁ ନେଇ ବିଭିନ୍ନ ପ୍ରକାରର ଧର୍ମ ସହ ଜଡିତ ହୋଇ କୁସ୍ୱୀକାର ହୋଇଥାନ୍ତି ଯାହାଫଳରେ ଓରାମ ଜାତି ପ୍ରତି ତଥା ନିଜ ପରିବାର ପାଇଁ ଅନେକ କ୍ଷତି ଘଟିଥାଏ ତେଣୁ ଏସୁବକୁ ଗ୍ରହଣ ନକରି ନିଜର ସ୍ୱତନ୍ତ୍ରତା ବଜାଇ ରଖିବା ପାଇଁ ଆହ୍ୱାନ ଜଣାଇଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଜଡ଼ିପଦା ଓରାମ ସମାଜର ସଭାପତି ଗୁରାଚାନ୍ଦ ଓରାମ ସଭା ପରିଚାଳନା କରିଥିଲେ ।
କେନ୍ଦୁଝର ରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍




