(ଜଗତସିଂହପୁର ସାରସ୍ୱତ ପରିଷଦ ପକ୍ଷରୁ କବି ପ୍ରତାପ କେଶରୀ ମହାପାତ୍ର ଙ୍କୁ ସାରସ୍ୱତ ବିଷୁବ ସଂମ୍ମାନ ପ୍ରଦାନ )
ଜଗତସିଂହପୁର
ତା =14/4/23
ମହା ବିଷୁବ ସଂକ୍ରାନ୍ତି ଉପଲକ୍ଷେ ଜଗତସିଂହପୁର ସାରସ୍ୱତ ପରିଷଦ ପକ୍ଷରୁ ଓହଳ ସ୍ଥିତ ମା କରୁଣା ମୟୀ ଙ୍କ ପୀଠରେ ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା | ଆମ ପରମ୍ପରା ରେ ମହା ବିଷୁବ ସଂକ୍ରାନ୍ତି ଶୀର୍ଷକ ଆଲୋଚନା ଚକ୍ର ରେ ସାରସ୍ୱତ ପରିଷଦ ସଭାପତି ଅଧ୍ୟାପକ ହିମାଂଶୁ ଶେଖର ଆଚାର୍ଯ୍ୟ ଙ୍କ ସଭାପତିତ୍ୱ ରେ ଓଡ଼ିଆ ଜନ ଜୀବନରେ ମହା ବିଷୁବ ସଂକ୍ରାନ୍ତି ର ସ୍ଥାନ ବେଶ ଗୁରୁତ୍ୱପୁର୍ଣ ବୋଲି କହିଥିଲେ | ଏହି ଉଛବ ରେ ମୁଖ୍ୟ ଅତିଥିଭାବେ ବିଜୟ କୁମାର ରଥ | ସଂମ୍ମାନିତ ଅତିଥିଭାବେ ଅବସର ପ୍ରାପ୍ତ ଶିକ୍ଷକ ବସନ୍ତ କୁମାର ଲେଙ୍କା |ସମାଜସେବୀ ବଂଶୀଧର ବେହେରା | ଫକୀର ଚରଣ ଦାସ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ | ଏହି ଅବସରେ କବି ପ୍ରତାପ କେଶରୀ ମହାପାତ୍ର ଙ୍କୁ ଜଗତସିଂହପୁର ସାରସ୍ୱତ ପରିଷଦ ପକ୍ଷରୁ ପୁଷ୍ପଗୁଛ, ଉପ ଢ଼ୋକନ, ମାନପତ୍ରଦେଇ ସାରସ୍ୱତ ବିଷୁବ ସଂମ୍ମାନ ରେ ସଂମ୍ମାନିତ କରାଯାଇଥିଲା |ଶେଷରେ ବନମାଳୀ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

April 16, 2026/
No Comments



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-15.jpg)