[ ତଦନ୍ତକାରୀ ଅଧିକାରୀ ଙ୍କ ବିଚିତ୍ର ନୀତି |ମିଥ୍ୟା ସାକ୍ଷୀ ପକାଇ ହରିଜନ ପରିବାର କୁ କୋର୍ଟ ଚାଲାଣ | ଘଟଣା ର ତଦନ୍ତ କରିବେ କି ଜ଼ିଲ୍ଲାପାଳ
]
ଜଗତସିଂହପୁର
ତା =18/4/23
ଜଗତସିଂହପୁର ଥାନା ଅନ୍ତର୍ଗତ ଅତାମଳା ଗ୍ରାମର ଜଗନ୍ନାଥ ବେହେରା ଏବଂ ତାଙ୍କ ବାପାଙ୍କ ନାମରେ ସଦର ଥାନାରେ ଏକ ମାମଲାରେ ତଦନ୍ତକାରି ଅଧିକାରୀ ଚାର୍ଜସିଟ୍ ରେ ଉଦେଶ୍ୟ ମୂଳକ ଭାବେ ମିଛ ସାକ୍ଷୀ ପକାଇ କୋର୍ଟ ରେ ସମସ୍ତ ତଥ୍ୟ ପ୍ରଦାନ କରିଥିବା ଅଭିଯୋଗ ହୋଇଛି | ତଦନ୍ତକାରୀ ଅଧିକାରୀ ସାକ୍ଷୀ ଭାବେ ଯେଉଁ ମାନଙ୍କ ନାମ ଏବଂ ଠିକଣା ପକାଇ କୋର୍ଟ ରେ ସମସ୍ତ କାଗଜ ପତ୍ର ଦାଖଲ କରିଛନ୍ତି ସେହି ଭଳି ନାମ୍ନୀ ବ୍ୟକ୍ତି ଉକ୍ତ ଅଞ୍ଚଳ ରେ କେହି ନାହାନ୍ତି |ଯାହାକି ଜଣେ ତଦନ୍ତକାରୀ ଅଧିକାରୀ ଉଦେଶ୍ୟ ମୂଳକ ଭାବେ ଆଇନୀର ଅପବ୍ୟବହାର କରି ହରିଜନ ପରିବାରକୁ ହଇରାଣ ହରକତ କରୁଥିବା ସ୍ପଷ୍ଟ ଭାବେ ଜଣା ପଡିଛି |ତଦନ୍ତ କାରି ଅଧିକାରୀ ଆଇନିର ରକ୍ଷକ ହୋଇ ଉଦେଶ୍ୟ ମୂଳକ ଭାବେ ଜଗନ୍ନାଥ ଙ୍କ ପରିବାର ଉପରେ ଦାଉ ସାଜିଛନ୍ତି ତାହାର ବିଧିବଦ୍ଧ ତଦନ୍ତ କରିବାକୁ ଜଗନ୍ନାଥ ବେହେରା ଜ଼ିଲ୍ଲାପାଳ ଙ୍କ ଅଭିଯୋଗ ପ୍ରକୋଷ୍ଟ ରେ ଦାବି କରିଛନ୍ତି |
ବିଶେଷ ସୂତ୍ରରୁ ଜଣାପଡିଛି ଜଗନ୍ନାଥ ବେହେରା
ଜଗତସିଂହପୁର ଥାନାରେ ସଂପୃକ୍ତ ଅଧିକାରୀଙ୍କ ନାମରେ ପ୍ରଥମେ ଏତଲା ଦେଇଥିଲେ ମଧ୍ୟ ପୋଲିସ ଏତଲା ରେଜିଷ୍ଟ୍ରେସନ ନ କରିବାରୁ ଜଗନ୍ନାଥ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏବଂ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

August 2, 2026/
No Comments



