ବଡ଼ବିଲ ଗୁଳିକାଣ୍ଡ ର ମହିଳା ମାଷ୍ଟରମାଇଣ୍ଡ ସହ ଅନ୍ୟଜଣେ ଗିରଫ,ଝାରଖଣ୍ଡି ସୁପାରୀ କିଲ୍ଲର ଫେରାର ବୋଲେରୋ ଗାଡି ଜବତ
ଦିନ ଦ୍ବିପ୍ରହରରେ ଗତ ୧ ତାରିଖ ବଡ଼ବିଲ ସହର, ମୋନି ଟାୱାର ଛକ ନିକଟରେ ବଡ଼ବିଲ ପୋୖରାଧ୍ୟକ୍ଷଙ୍କ ଅତି ଘନିଷ୍ଠ ସହଯୋଗୀ ତଥା ସକ୍ରିୟ ବିଜେଡି କର୍ମୀ ସୁନୀଲ ସିହ୍ନା ଓରଫ ଭୋଳା କୁ ଗୁଳିକରି ହତ୍ୟା କରାଯାଇଥିବା ଘଟଣାର ପର୍ଦ୍ଦାଫାସ କରିଛି ବଡ଼ବିଲ ପୋଲିସ। ସୂଚନା ଅନୁଯାୟୀ ବଡ଼ବିଲ ପୋୖରାଞ୍ଚଳ ମେଡିକାଲ ନିକଟରେ ରହୁଥିବା ସୁଖବିନ୍ଦର କୌର ଓରଫ ରୋଜି ନାମକ ମହିଳା, ନିର୍ବାଚନ ସମୟରେ ବର୍ତ୍ତମାନର ପୋୖରାଧ୍ୟକ୍ଷଙ୍କୁ ସହଯୋଗ କରିଆସୁଥିଲା ଓ ସେଥିପାଇଁ ସେ ଆର୍ଥିକ ସହାୟତା ପାଇଆସୁଥିଲେ। ପରବର୍ତ୍ତୀ ସମୟରେ ସୁନୀଲ ସିହ୍ନା ନାମକ ଯୁବକଙ୍କ ପୌରାଧ୍ୟକଙ୍କ ସହ ଘନିଷ୍ଠତା ବୃଦ୍ଧି ପାଇଥିଲା। ସୁନିଲଙ୍କ ସହ ପୋୖରାଧ୍ୟକ୍ଷଙ୍କ ଘନିଷ୍ଠତା ହେବାପରେ, ରୋଜି କୁ ଯୋଗାଇ ଆସୁଥିବା ଆର୍ଥିକ ସହାୟତକୁ ପୌରାଧ୍ୟକ୍ଷ ବନ୍ଦ କରିଦେବା ସହ ତାଙ୍କୁ ଆଉ ପ୍ରାଧାନ୍ୟ ଦେଇନଥିଲେ ବଡ଼ବିଲ ନଗରପାଳ। ଆର୍ଥିକ ସ୍ଥିତି ଭଲ ନଥିବାବେଳେ, ରୋଜିକୁ ଆର୍ଥିକ ସହାୟତା ବନ୍ଦ କରିଦେବାରୁ ସୁନୀଲ ଉପରେ ରଜି ର ସନ୍ଦେହ ହୋଇଥିଲା ଯେ ସୁନୀଲ ପୋୖରାଧ୍ୟକ୍ଷଙ୍କୁ ଶିଖାଇ ତାକୁ ମିଳୁଥିବା ଆର୍ଥିକ ସହାୟତା ବନ୍ଦ କରିଦେଇଛି। ସୁନୀଲ କୁ ରାସ୍ତାରୁ ହଟାଇଦେଲେ ସେ ପୋୖରାଧ୍ୟକ୍ଷଙ୍କ ଘନିଷ୍ଠ ହୋଇପାରିବ ଓ ପୂର୍ବପରି ଆର୍ଥିକ ସହାୟତା ମଧ୍ୟ ପାଇବ। ସୁନୀଲକୁ ରାସ୍ତାରୁ ହଟାଇବାପାଇଁ ମହିଳା ମାଷ୍ଟରମାଇଣ୍ଡ କୁହାଯାଉଥିବା ସୁଖବିନ୍ଦର କୌର ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ବଡ଼ବିଲ ଅଂଚଳର ସାକୀର ନାମକ ଯୁବକ ସହ ସୁଖବିନ୍ଦରଙ୍କ ଅନୈତିକ ସମ୍ପର୍କ ଥିଲା, ତାହାର ସୁଯୋଗ ନେଇ ସାକୀରକୁ ସୁନୀଲ ଓରଫ ଭୋଳା କୁ ଜୀବନରେ ମାରିଦେବାକୁ ସାକୀରକୁ ବାଧ୍ୟ କରିଥିଲା ସୁଖବିନ୍ଦର। ପଡୋଶୀ ଝାରଖଣ୍ଡ ରାଜ୍ୟ, ଚକ୍ରଧରପୁର ଅଂଚଳର ଅପରାଧୀ ରିଆସତ ହୁସେନ ସହିତ ସାକୀରର ପରିଚିତ ଥିଲା। ସୁନୀଲକୁ ହତ୍ୟା କରିବାପାଇଁ, ସାକୀର ଚକ୍ରଧରପୁର ଯାଇ ରିଆସତ ସହ ଯୋଗାଯୋଗ କରିଥିଲା। ରୀୟାସତ ତାର ଜଣେ ଘନିଷ୍ଠ ସହଯୋଗୀ କୁହାଯାଉଥିବା, ଚକ୍ରଧରପୁର ଅଂଚଳର ଅପରାଧୀ ରବି ସହ ସାକୀରକୁ ପରିଚୟ କରାଇଦେଇଥିଲା। ଚକ୍ରଧରପୁର ର ରୀୟାସତ୍ ଓ ରବି ଏହି ହତ୍ୟାକାଣ୍ଡ ପାଇଁ ୫ ଲକ୍ଷ ଟଙ୍କା ଦାବିକରିଥିଲେ ଓ ସାଢ଼େ ୪ ଲକ୍ଷ ଟଙ୍କାରେ ଡିଲ ଫାଇନାଲ ହୋଇଥିଲା। ଗତ ୩ ମାସ ପୂର୍ବରୁ ଏହି ଯୋଜନା କରାଯାଇଥିଲା ଓ ଗତ ୧ ତାରିଖ ପୂର୍ବାହ୍ନ ପାଖାପାଖି ୯.୦୦ ସମୟରେ ରିୟାସତ୍ ଓ ରବି ସୁନୀଲ ଓରଫ୍ ଭୋଳାଙ୍କୁ ଅତି ନିକଟରୁ ଗୁଳିକରି ହତ୍ୟା କରିଥିଲେ। ଘଟଣା ପରେ ବଡ଼ବିଲ ପୋଲିସ ବିଭିନ୍ନ ସିସିଟିଭି ଫୁଟେଜକୁ ଆଧାର କରି ହତ୍ୟାକାଣ୍ଡ ର ମୁଖ୍ୟ ମହିଳା ମାଷ୍ଟରମାଇଣ୍ଡ କୁହାଯାଉଥିବା ସୁଖବିନ୍ଦର କୌର ଓରଫ ରଜି ସହ ସାକୀରକୁ ଗିରଫ କରିଥିବାବେଳେ, ହତ୍ୟାକାଣ୍ଡ ରେ ବ୍ୟବହୃତ ବୋଲେରୋ ଗାଡ଼ି ନମ୍ବର OR09P- 8865 କୁ ଜବତ କରିଥିବାବେଳେ ପଡୋଶୀ ଝାଡଖଣ୍ଡ ରାଜ୍ୟ ଚକ୍ରଧରପୁର ଅଞ୍ଚଳର ସୁପାରି କିଲର୍ ହତ୍ୟାକାରୀ ରିଆସତ ହୁସେନ ଓ ରବି ଉଭୟ ଏବେବି ଫେରାର ଥିବା ଜଣାପଡିଛି। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଥାନା ଅଧିକାରୀଣି ପ୍ରମୋଦିନୀ ସାହୁ ସୂଚନା ଦେଇଛନ୍ତି।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ।




![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/09/Picsart_26-05-14_06-19-38-643-15-scaled.jpg)
