ଷ୍ଟେଟ ବ୍ୟାଙ୍କ ବଜାର ଶାଖାରୁ ଜାଲ ଦସ୍ତଖତ କରି ୧୨ ହଜାର ଟଙ୍କା ଉଠାଇ ନେଲା ଦୁର୍ବୁତ୍ତ : ତଦନ୍ତ ଦାବୀ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଜାଲ ଦସ୍ତଖତ କରି ୧୨ ହଜାର ଟଙ୍କା କେହି ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ କରିଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ରୁତୁଙ୍ଗିଆ ଅଞ୍ଚଳର ବିରସେନ ଦିଗାଲ ଏବ ତାଙ୍କ ସ୍ତ୍ରୀ ଶାନ୍ତି ଦିଗାଲ । ସେମାନଙ୍କ ଅଭିଯୋଗ ଅନୁସାରେ ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୪୦ ହଜାର ଟଙ୍କା ସରକାରଙ୍କ ଠାରୁ ଶାନ୍ତି ଙ୍କ ଆକାଉଣ୍ଟ କୁ ଆସିଥିଲା । ୧୩ ତାରିଖରେ ଶାନ୍ତିଙ୍କ ଆକାଉଣ୍ଟରୁ ୨୦ ହଜାର ଟଙ୍କା ଉଠାଇଥିଲେ ଏବଂ ୧୪ ତାରିଖରେ ଷ୍ଟେଟ ବ୍ୟାଙ୍କ ବଜାର ଶାଖାରୁ ୧୨ ହଜାର ଟଙ୍କା ଉଠାଇ ଥିବା ନେଇ ତାଙ୍କ ମୋବାଇଲକୁ ମେସଜ ଆସିଥିଲା | ଶାନ୍ତି ଦିଗାଲ ଓ ତାଙ୍କ ସ୍ବାମୀ ବିରସେନ ଦିଗାଲ ବାଲିଗୁଡା ଶାଖାକୁ ଆସି ବୁଝିବା ପରେ ଶାଖାର କର୍ମଚାରୀ ୧୪ ତାରିଖ ରେ ବଜାର ଶାଖାରୁ ତୁମ ଆକାଉଣ୍ଟ ରୁ ୧୨ ହଜାର ଟଙ୍କା ଉଠାଣ ହୋଇଛି ବୋଲି କହିଥିଲେ । ହେଲେ ବ୍ୟାଙ୍କ କର୍ମଚାରୀ ଗ୍ରାହକ ଙ୍କ ର ଦସ୍ତଖତ ଓ ଫୋଟୋ ନ ମିଶିଲେ ତ ‘ ଟଙ୍କା ଦେଉନାହାନ୍ତି, ହେଲେ ଏହି ଟଙ୍କା କିପରି ଉଠିଲା, କିଏ ଉଠାଇଲା, ବ୍ୟାଙ୍କ କର୍ମଚାରୀ କିପରି ଦେଲେ ? ଏ ସମ୍ପର୍କରେ ଜାଣିବା ପାଇଁ ତିନି ଦିନ ହେଲା ରୁତୁଙ୍ଗିଆରୁ ବାଲିଗୁଡାକୁ ଖର୍ଚ୍ଚାନ୍ତ ହୋଇ ଆସୁଥୁଲେ ସୁଧା ବ୍ୟାଙ୍କ ତରଫରୁ କୈଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଶେଷରେ ବିଭିନ୍ନ ଗଣ ମାଧ୍ୟମ ପ୍ରତିନିଧି ଙ୍କୁ ବିରସେନ ଜଣାଇଥିଲେ । ଗଣ ମାଧ୍ୟମ ପ୍ରତିନିଧି ମାନେ ବ୍ୟାଙ୍କ କର୍ମଚାରୀଙ୍କ ସହ ଆଲୋଚନା କରିବା ପରେ ଖୁବ ଶିଘ୍ର ସିସିଟିଭି ଚେକ୍ କରି ସବିଶେଷ ତଥ୍ୟ ପ୍ରଦାନ କରିବା ପାଇଁ ବ୍ୟାଙ୍କ କର୍ମଚାରୀ ସମ୍ମତି ପ୍ରକାଶ କରିଛନ୍ତି ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_10-39-40-136-scaled.jpg)
