ଆଜି ଶ୍ରାବଣ ମାସର ଦ୍ଵିତୀୟ ପାଳି ସୋମବାର କର୍କଟ ସଂକ୍ରାନ୍ତି ଓ ଚିତାଲାଗି ଅମାବାସ୍ୟା ଥିବା ରୁ ବାବା ଆଖଣ୍ଡଳମଣୀ ଙ୍କ ବିଶେଷ ପୂଜା
ଢେଙ୍କାନାଳ ଭାଗିରଥି ସାଗର କୂଳରେ ଥିବା ବାବା ଆଖଣ୍ଡଳମଣୀ ଙ୍କ ପିଠରେ ଆଜି ଶ୍ରାବଣ ମାସର ଦ୍ଵିତୀୟ ସୋମବାର ତଥା କର୍କଟ ସଂକ୍ରାନ୍ତି ଓ ଚିତାଲାଗି ଅମାବାସ୍ୟା ଥିବା ରୁ ବିଶେଷ ପୂଜା। ପ୍ରାତଃ ରୁ ମଙ୍ଗଳ ଆଳତି ମହାସ୍ନାନ ବେଲପତ୍ର ବିଭିନ୍ନ ଫୁଲହାର ଲାଗି କରାଯାଇଥିଲା। ବିଭିନ୍ନ ଭୋଗ ଲାଗି କରାଯାଇଥିଲା। ଭକ୍ତମାନେ ଦର୍ଶନ କରିଥିଲେ ଆଜି ଶ୍ରାବଣ ସୋମବାର ରେ ମଧ୍ୟାହ୍ନ ରେ ଅନ୍ନ ଧୂପ ଲାଗି କରାଯାଇଥିଲା। ସନ୍ଧ୍ୟା ସମୟରେ ଆଳତି ଓ ପରେ ଘର୍ଷଣୀ କରାଯାଇ ସ୍ନାନ କରିବାସହ ମେଳା ବେଶ କରାଯାଇଥିଲା। ଚୁଡାଘସା ଓ ପଣା ଭୋଗ ଲାଗି କରାଯାଇଥିଲା। ମନ୍ଦିର ର ପୂଜକ ତୁଷାର ରଞ୍ଜନ ମିଶ୍ର ଓ ବିଭୂତି ଭୂଷଣ ପଣ୍ଡା ଙ୍କ ଦ୍ଵାରା ବାବା ଆଖଣ୍ଡଳମଣୀ ଙ୍କ ପୂଜାର୍ଚ୍ଚନା କରାଯାଇଥିଲା


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_21-27-18-795-scaled.jpg)

