Spread the love

( ବ୍ୟାସ ଫାଉଣ୍ଡେସନ ଏବଂ ଜ଼ିଲ୍ଲା ଆଇନୀସେବା ପ୍ରାଧିକରଣ ର ହସ୍ତକ୍ଷେପ ପରେ ୯୩ ବର୍ଷର ଭିନ୍ନକ୍ଷମ ବୁଢ଼ାବାପ ଫେରିଲା ପରିବାରକୁ )

ଜଗତସିଂହପୁର
ତା =20/7/23

ଜଗତସିଂହପୁର ଜ଼ିଲ୍ଲା ତ୍ରିତୋଲ ବ୍ଲକ ତେନ୍ତୁଲିପଡ଼ା ପଞ୍ଚାୟତ ଦଣ୍ଡମିର ଗ୍ରାମର ବୟାନବେ ବର୍ଷୀୟା ବୃଦ୍ଧ ବାଉରୀବନ୍ଧୁ ଗୋଛାୟତ |
ଗୋଡହାତ ଚଲୁନାହିଁ | ପାଟିରୁ ମଧ୍ଯ ଠିକଭାବେ କଥା ବହାରୁନାହିଁ | କିଏ ଗଣ୍ଡାଏ ଦେଲେ ଖାଉଚି ନହେଲେ ଭୋକ ଉପାସରେ ପଡି ରହିଛି | ବାଉରୀବନ୍ଧୁ ଙ୍କ ର ଚାରି ପୁଅ, ଚାରି ବୋହୁ, ଆଉ ୯ ଜଣ ନାତି ନାତୁଣୀ ଥାଇ ମଧ୍ୟ ବାଉରୀବନ୍ଧୁ ସମସ୍ତଙ୍କ ପାଖରେ ଆଖୋଜା ଅଲୋଡ଼ା ଆଉ ଅଜଣା ହୋଇ ପଡ଼ିରହିଛନ୍ତି ପଡୋଶୀ ଙ୍କ ଦାଣ୍ଡପିଣ୍ଡାରେ ।
ଏହି ଦୁଃଖଦାୟକ ଖବର ବିଭିନ୍ନ ଗଣ ମାଧ୍ୟମରେ ପ୍ରସାରଣ ପରେ ବ୍ୟାସ ଫାଉଣ୍ଡେସନର ଅଧକ୍ଷା ତଥା ଉପଭୋକ୍ତା ସୁରକ୍ଷା କର୍ମୀ ସ୍ନେହମୟୀ ଆଚାର୍ଯ୍ୟ ବାଉରୀବନ୍ଧୁ ପରିବାର ର ସମସ୍ତ ସଦସ୍ୟ ଙ୍କ ସହିତ ଆପସ ଆଲୋଚନା କରିଥିଲେ | ଏବଂ ପରେ ଏ ସଂକ୍ରାନ୍ତ ରେ ଜ଼ିଲ୍ଲା ଆଇନୀସେବା ପ୍ରାଧିକରଣ ସଚିବ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ | ଜ଼ିଲ୍ଲା ଆଇନୀସେବା ପ୍ରାଧିକରଣ କାର୍ଯ୍ୟାଳୟ ତରଫରୁ ବାଉରୀବନ୍ଧୁ ପରିବାର ସମସ୍ତ ସଦସ୍ୟ ଙ୍କୁ ନୋଟିସ ଜାରି କରାଯାଇଥିଲା | ବାଉରୀବନ୍ଧୁ ପରିବାର ର ସମସ୍ତ ସଦସ୍ୟ ଙ୍କ ଉପସ୍ଥିତି ରେ ବିସ୍ତୃତ ଆଲୋଚନା କରାଯିବା ପରେ ବୃଦ୍ଧ ବାପା ବାଉରୀବନ୍ଧୁ ଙ୍କୁ ଚାରି ପୁଅ ବୋହୁ ନିଜ ଘରକୁ ନେଇ ସେବା ଯତ୍ନ କରିବା ସହିତ ସମସ୍ତ ଖର୍ଚ୍ଚ ବାର୍ଚ୍ଚ ବହନ କରିବେ ବୋଲି ଲିଖିତ ପ୍ରତିଶୃତି ଦେଇଛନ୍ତି |

ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *

You missed