ଜାତୀୟ ଊତ୍ସୁ ଜଜ୍ ଭାବେ ଅନୁଗୋଳର ସୁଶାନ୍ତ ନା ଏକ ମନୋନୀତ
ଅନୁଗୋଳ,27/07- ଝାରଖଣ୍ଡର ରାଞ୍ଚି ସ୍ଥିତ ଶାରଳା ବିର୍ଲା ବିଶ୍ବ ବିଦ୍ୟାଳୟ ଠାରେ ଅନୁଷ୍ଠିତ ଜାତୀୟ ଉସୁ ବିଚାରକ ପ୍ରଶିକ୍ଷଣ ଏବଂ ପ୍ରମାଣପତ୍ର ପାଠ୍ୟକ୍ରମରେ ଓଡିଶାରୁ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀ ଜାତୀୟ ସ୍ତରର ଉତ୍ସୁ ଜଜ୍ ଭାବେ ମନୋନୀତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଅନୁଗୋଳର ଶ୍ରୀ ସୁଶାନ୍ତ ନାଏକ ଅନ୍ୟତମ ଉସୁ ଜଜ୍ ଭାବେ ମନୋନୀତ ହେବା ସହ ଜିଲ୍ଲାର ଗୌରବ ବୃଦ୍ଧି କରିଛନ୍ତି । ଚଳିତ ମାସ ୧୭ ତାରିଖରୁ ୨୩ ତାରିଖ ଯାଏ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଜିଲ୍ଲା ଉସୁ ଆସୋସିଏସନ, ଓଡିଶା ଉସୁ ଆସୋସିଏସର ପ୍ରତିଷ୍ଠାତା ଶ୍ରୀ ଏସ୍ ଏସ୍ ହରିଚନ୍ଦନ, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଅକ୍ଷୟ ସେଠଙ୍କ ତରଫରୁ ଧନ୍ୟବାଦ ପ୍ରଦାନ କରିବା ସହିତ ଆଗାମୀ ପିଢିର ପ୍ରତିଯୋଗୀମାନଂକୁ ପ୍ରଶିକ୍ଷଣରେ ଶ୍ରୀ ନାଏକ ସାହାଯ୍ୟ କରିବେ ବୋଲି ଆଶାବ୍ୟକ୍ତ କରିଥିଲେ ।



