Spread the love

ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ବାରଘଣ୍ଟିଆ ଭାରତବନ୍ଦ ଆନ୍ଦୋଳନ।

ଆଜି ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ବିଭିନ୍ନ ଦାବିକୁ ନେଇ ସମଗ୍ର ଦେଶରେ ଭାରତବନ୍ଦ୍ ଆନ୍ଦୋଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲାର ଖଣିଜକ୍ଷେତ୍ର ବଡବିଲ ଓ ଏହାର ଆଖପାଖ ଅଞ୍ଚଳରେ ଭାରତବନ୍ଦ୍ ର ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି, ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ବଡବିଲ ଥାନା ଅନ୍ତର୍ଗତ ଭାଦ୍ରାସାହି ଏବଂ ବାଲାଣି ଥାନା ଅନ୍ତର୍ଗତ ରେ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ , ଆଜି ସକାଳୁ ଭଦ୍ରାସାହୀ ଛକ ଠାରେ ସମସ୍ତ ପ୍ରକାରର ଗାଡିଘୋଡା ଚଳାଚଳ ବନ୍ଦ କରାଯିବା ସହ ବିଭିନ୍ନ ଦାବିକୁ ନେଇ ସ୍ଲୋଗାନ ମାନ ଦିଆଯାଇଥିଲା, କିନ୍ତୁ ଘଟଣା ସ୍ଥଳରେ ବଡବିଲ ପୋଲିସ ପହଞ୍ଚି ଯାନବାହାନ ଚଳାଚଳ କୁ ସ୍ଵାଭାବିକ କରିଥିବା ବେଳେ ଖଣିଜ ପଦାର୍ଥ ପରିବହନ କରୁଥିବା ଗାଡିଘୋଡା ଚଳାଚଳ ବନ୍ଦ କରାଯାଇଛି। ଆମ୍ବୁଲାନ୍ସ ସେବା, ସ୍କୁଲ୍ ବସ୍, ଯାତ୍ରୀବାହୀ ବସ୍ ସେବା ଓ ନିଜସ୍ବ ଯାନବାହାନ କୁ ଯିବା ଆସିବା ପାଇଁ ଅନୁମତି ରହିଛି, କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ବଡବିଲ ପୋଲିସ ପକ୍ଷରୁ ପୋଲିସ୍ ବଳୟ ମୁତୟନ କରାଯାଇଥିବା ଦେଖିବାକୁ ମିଳିଥିଲା।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ ।

Leave a Reply

Your email address will not be published. Required fields are marked *