ରାଧାନାଥ ରାୟଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ସମ୍ବର୍ଧନା ଉତ୍ସବ
ବିଷୟ ____ ରାଜକନିକା ବ୍ଲକ ଅନ୍ତର୍ଗତ ପାରିନୂଆପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅଖିଳଚକ୍ର ପକ୍ଷରୁ କବିବର ରାଧାନାଥ ରାୟଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଯାଇଛି। ରାଜକନିକା ପଞାୟତ ସମିତି ଅଧ୍ୟକ୍ଷା ମିନତୀ ରାଉତ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରି ଛାତ୍ର ଛାତ୍ରୀ କବିବରଙ୍କ ଜୀବନାଦର୍ଶଙ୍କୁ ଅନୁସରଣ କରିବାପାଇଁ ପରାମର୍ଶ ଦେଇଥିଲେ। ପଣ୍ଡିତ ମହେଶ୍ୱର ନନ୍ଦଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଡାକ୍ତର ଗୋପାଳ କୃଷ୍ଣ ପରିଡ଼ା ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇ ଜୀବନର ସବୁ ସ୍ତରକୁ ଭେଦ କରି ଗତି କଲେ ଜଣେ ସଫଳ ମଣିଷ ହୋଇପାରିବ ବୋଲି ସେ ପ୍ରକାଶ କରିଥିଲେ। ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ଅଜୟ କୁମାର ଓଝା ଯୋଗଦେଇ ଥିଲେ। ଅଖିଳଚକ୍ରର ସମ୍ପାଦକ ହରେକୃଷ୍ଣ ପଣ୍ଡା, ପ୍ରାକ୍ତନ ପ୍ରଧାନ ଶିକ୍ଷକ ନରହରି ପାତ୍ର,ଆଳି ନାଗରିକ ମଞର ସଭାପତି ଧନେଶ୍ୱର ରାଉତ, ଶିକ୍ଷାବିତ ଯୁଧିଷ୍ଠିର ରାଉତ,ରମେଶ ଚନ୍ଦ୍ର ବେହେରା, ପରମେଶ୍ବର ବିଶ୍ଵାଳ,କବି ଗୋବିନ୍ଦ ଚନ୍ଦ୍ର ନନ୍ଦ, ଶିକ୍ଷୟିତ୍ରୀ ତରୁଲତା ଦାସ, ଶିକ୍ଷକ ସଞ୍ଜୟ କୁମାର ସାମଲ, ଶିକ୍ଷକ ଲୋତକ ବିନ୍ଦୁ ଦାଶ ପ୍ରମୁଖ ଆଧୁନିକ ଶିକ୍ଷାର ଗତି ଶୀର୍ଷକ ଆଲୋଚନାରେ ଭାଗନେଇ ଶିକ୍ଷାର ପରିବର୍ତ୍ତନ ଆବଶ୍ୟକ ବୋଲି କହିଥିଲେ।ଏହି ଅବସରରେ ପୁରାତନ ଛାତ୍ର ଡାକ୍ତର ଗୋପାଳ କୃଷ୍ଣ ପରିଡ଼ା, ଶିକ୍ଷାବିତ ନରହରି ପାତ୍ର, ଶିକ୍ଷକ ଯୁଧିଷ୍ଠିର ରାଉତ,ଆଦର୍ଶ ଶିକ୍ଷକ ସଞ୍ଜୟ କୁମାର ସାମଲ, ପ୍ରଧାନ ଶିକ୍ଷକ କରୁଣାକର ସାମଲଙ୍କୁ ମାନପତ୍ର ଉପଢୌକନ ଦିଆଯାଇ ସମ୍ବର୍ଦ୍ଧନା କରାଯାଇଥିଲା।କବି ବଟକୃଷ୍ଣ ପଣ୍ଡା ଅତିଥି ପରିଚୟ ଓ ଶିକ୍ଷକ ଶଶିକାନ୍ତ ଚଟୁଆ ଧନ୍ୟବାଦ୍ ଅର୍ପଣ କରିଥିଲେ।
ଆଳିରୁ ସରୋଜ ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ




