କଳାହାଣ୍ଡି ସାମ୍ବାଦିକ ଏକାଦଶ ଖେଳାଳିଙ୍କ ନାମ ତାଲିକା ପ୍ରକାଶ
କଳାହାଣ୍ଡି ଜିଲ୍ଲା ର ମୁଖ୍ୟ ସହର ଭବାନୀପାଟଣା ଠାରେ ଜିଲ୍ଲା ସୂରୀୟ 77ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରୀତିରଞ୍ଜନ ଘଡ଼ାଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତ୍ୱଲନ କରିବାର କାର୍ଯ୍ୟକ୍ରମ ରହିଛି ଇତି ଅବସରରେ ଲାଲବାହାଦୁ ଶାସ୍ତ୍ରୀ ଷ୍ଟାଡିଅମ ଭବାନୀପାଟଣା ଠାରେ ସାମ୍ବାଦିକ ଏକାଦଶ ଏବଂ ଜିଲ୍ଲାପାଳ ଏକାଦଶ ଙ୍କ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଫୂଟବଲ ମ୍ୟାଚ ଖେଳା ଯିବାଲାଗି ପୂର୍ବରୁ ସ୍ତରୀକୃତ ହୋଇଅଛି. ଏଥିନିମନ୍ତେ ସାମ୍ବାଦିକ ଏକାଦଶ ତାର ଏଗାର ଜଣିଆ ଖେଳାଳି ମାନଙ୍କ ଚୂଡାନ୍ତ ନାମ ତାଲିକା ଘୋଷଣା କରିଛି.ସେମାନଙ୍କ ମଧ୍ୟରେ ମୁନା ମହାକୁଡ଼ (ଅଧିନୟକ ), ମନୋଜ ଦୋରା, ଲଳିତ, ଉତ୍ତମ ଦାସ, ହେମନ୍ତ ରୟ, କୁମରମଣି, ରାଜା ପାଢ଼ୀ, ଶୁଭମ ରୋହିଲା, ବିକାଶ ଷଡ଼ଙ୍ଗୀ, ରାହୁଲ, ମହମଦ ଫିରୋଜ଼ ଙ୍କୁ ଗୋଲକିପର ଭାବେ ଚୟନ କରାଯାଇଛି.ସେଇଭଳୀ ଅତିରିକ୍ତ ଖେଳାଳି ଭାବେ ଏକ ଷୋହଳ ଜଣିଆ ନାମ ତାଲିକା ମଧ୍ୟ ଘୋଷଣା କରାଯାଇଛି ସେମାନେ ହେଲେ ରାଜକୁମାର ସିଂଦେଓ, ଅଜିତ ସିଂ, ସତ୍ୟ ମହାପାତ୍ର, ମନମୋହନ ପଧାନ, ତାପସ ମହାନ୍ତି, ଲଷ୍ମୀବାଗ, ଦୀପକ ସାହୁ, ମଧୁ ମହାପାତ୍ର, ଦୂକ୍ଷୀଶ୍ୟାମ ପଧାନ, ରେହେମାନ ଅଲି, ଗୋବିନ୍ଦ ପାଢ଼ୀ, ସ୍ୱାଧୀନ ପାତ୍ର, ବିରଞ୍ଚି ଯୋଶୀ, ଅମୀୟ ସାହୁ, ରଜନୀ ମିଶ୍ର, ନାରାୟଣ ନାୟକ.ଆସନ୍ତାକାଲି ଅପାରହ୍ନ 3 ଘ. ସମୟରେ ମୁନା ମହାକୁଡ଼ ଙ୍କ ନେତୃତ୍ୱରେ ଦଳ ପୂର୍ଣ୍ଣ କ୍ଷମତା ରେ ମୈଦାନକୁ ଓହ୍ଲାଇବ,ଏଥିଯୋଗୁଁ ସମ୍ପୂର୍ଣ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟରେ ପହଂଚି ସାରିଛି. ଏହି ଖେଳାଳି ମାନଙ୍କର ଚୟନ ପକ୍ରିୟାରେ ବିଚାରକ ଭାବେ ବରିଷ୍ଠ ସାମ୍ବାଦିକ ସତ୍ୟ ମହାପାତ୍ର, ଉମାଶଙ୍କର କର,ନାରାୟଣ ପ୍ରସାଦ ନାୟକ ପ୍ରମୁଖ ନିଷ୍ପତି ନେଇଥିଲେ .ଏହି ବନ୍ଧୁତ୍ୱ ପୂର୍ଣ୍ଣ ଚିତାକର୍ଷକ ମ୍ୟାଚ ଟି ସମ୍ପୂର୍ଣ ରୋମାଞ୍ଚକର ହେବ ବୋଲି ଆଶାକରାଯାଉଛି. ମ୍ୟାଚ କୁ ଉପଭୋଗ କରିବା ପାଇଁ କ୍ରୀଡା ପ୍ରେମୀ ଙ୍କ ମନରେ ବହୁ ଉତ୍ସଛୁକତା ଦେଖାଦେଇଛି.ଏହିଭଳି ନିଷ୍ପତିକୁ ସବୁମହଲରୁ ସ୍ୱାଗତ କରାଯାଇଛି. ଏଥିରେ ବହୁ ସଂଖ୍ୟା ରେ କ୍ରୀଡ଼ାପ୍ରେମୀ ଯୋଗଦେଇ ଖେଳାଳିଙ୍କ ଉତ୍ସାହିତ କରିବା ନିମନ୍ତେ ନିବେଦନ କରାଯାଇଛିା
କଳାହାଣ୍ଡି ଭବାନୀପାଟଣାରୁ ନାରାୟଣ ପ୍ରସାଦ ନାୟକ ଙ୍କ ରିପୋର୍ଟ




