‘ସମ୍ଭବ’ ଓ ‘ସ୍ପର୍ଶ’ କାର୍ଯ୍ୟକ୍ରମ ଉଦ୍ଘାଟିତ ।
ଅନୁଗୋଳ ୧୬.୮:- ୭୭ତମ ସ୍ୱାଧନତା ଦିବସ ଅବସରରେ ମୁଖ୍ୟ ଅତିଥୁ ଓଡିଶାର ମାନ୍ୟବର ଶିକ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଶକ୍ତି ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ କେଶରୀ ଦେବ ସ୍ଥାନୀୟ ସଭାଘର ଠାରେ ୨ ଗୋଟି ସ୍ବତନ୍ତ୍ର କାର୍ଯ୍ୟକ୍ରମ ସମ୍ଭବ” ଓ ପର୍ଶ’କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଏ ଏନ୍ ଏମ୍ ମାନଂକୁ ବୈଷୟିକ କିଟ୍ ପ୍ରଦାନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥୁ ଜିଲ୍ଲା ପ୍ରଶାସନ, ସ୍ବାସ୍ଥ୍ୟ ବିଭାଗ ଓ କେ ଏସ୍ ପି ଏଲ୍ର ମିଳିତ ସହଯୋଗରେ କାର୍ଯ୍ୟକାରୀ ହେଉଥିବା ଏହି ଅଭିନବ ପ୍ରୟାସକୁ ଭୂୟଶୀ ପ୍ରଶଂସା କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଉକ୍ତିକୁ ଉଦ୍ଧାର କରି ମୁଖ୍ୟ ଅତିଥୁ କହିଥିଲେ ଯେ, ଶୁନ୍ୟ ମୃତ୍ୟୁହାର ହିଁ ସରକାରଙ୍କ ମୁଳଲକ୍ଷ୍ୟ । ଏହି ଉଦ୍ଦେଶ୍ୟରେ ପ୍ରତ୍ୟେକଟି ଜୀବନ ମୁଲ୍ୟବାନ ଏବଂ ଏହି ମୁଲ୍ୟବାନ ଜୀବନର ସୁରକ୍ଷା ଦିଗରେ ପ୍ରତ୍ୟେକଟି କାର୍ଯ୍ୟକ୍ରମ ପ୍ରଶଂସାର ପାତ୍ର । ଏହି ସମସ୍ତ କାର୍ଯ୍ୟକ୍ରମ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ମାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା । କେ ଏସ୍ ପି ଏଲର ସି ଏସ୍ ଆର ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ ହୋତା ନିଜ ବକ୍ତବ୍ୟରେ କହିଥିଲେ ଯେ, ଜିଲ୍ଲା ପ୍ରଶାସନ ଏହି ମହତ୍ କାର୍ଯ୍ୟରେ ଆମକୁ ଅଂଶିଦାର କରି ଏହି ଦାୟିତ୍ବ ଅର୍ପଣ କରିଥିବାରୁ ଆମେ କୃତଜ୍ଞତା ଜ୍ଞାପନ କରୁଛୁ ଏବଂ ଏଥିପାଇଁ ସହମତି ପ୍ରଦାନ କରିଥିବାରୁ କେ ଏସ୍ ପି ଏଲ ଫାଉଣ୍ଡେସନର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲଙ୍କୁ ସେ ଧନ୍ୟବାଦ ପ୍ରଦାନ କରିଥିଲେ । ମାତୃ ମୃତ୍ୟୁହାର କମାଇବାରେ ଓଡିଶା ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଏହି ମୃତ୍ୟୁହାରକୁ ଅନୁଗୋଳ ଜିଲ୍ଲାରେ ସଂପୂର୍ଣ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲା ପ୍ରଶାସନ,ସ୍ବାସ୍ଥ୍ୟ ବିଭାଗ ଓ ଜେ ଏସ୍ ପି ଏଲ୍ର ମିଳିତ ସମନ୍ବୟରେ ‘ପର୍ଶ’ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଜିଲ୍ଲାର ସମସ୍ତ ୨୦୧ଗୋଟି ସ୍ଵାସ୍ଥ୍ୟ ଉପ କେନ୍ଦ୍ରରେ ଡିଜିଟାଲ ସ୍ବାସ୍ଥ୍ୟ ସେବାର ଉପଯୋଗ କରିବାର ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ଉପ କେନ୍ଦ୍ରରେ ୧୦ଗୋଟି ବୈଷୟିକ କିଟ୍ ଏ ଏନ୍ ଏମ୍ ମାନଂକୁ ପ୍ରଦାନ କରାଯିବ । ଯାହା ସାହାଯ୍ୟରେ ଗର୍ଭବତୀ ମାଆ ମାନଂକର ରକ୍ତ ନମୁନା,ରକ୍ତଚାପ,ରକ୍ତ ହିନତା,ଗର୍ଭସ୍ଥ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ଇତ୍ୟାଦିର ସଠିକ୍ ତଥ୍ୟ ବ୍ଲୁଟୁଥ୍ ଜରିଆରେ ମୋବାଇଲ ଫୋନ ସହ ଯୋଡିହେବ । ଯାହା ଇଣ୍ଟରନେଟ୍ ମାଧ୍ୟମରେ ହିତାଧିକାରୀ ଏବଂ ଚିକିତ୍ସାଳୟକୁ ଏକ ସମୟରେ ସୂଚନା ପ୍ରଦାନ ସହ ତୁରନ୍ତ ଉପଚାର ପାଇଁ ପଦକ୍ଷେପ ଗ୍ରହଣ କରାଯାଇପାରିବ । ଏହି କାର୍ଯ୍ୟକ୍ରମକୁ ସମ୍ପାଦନ ନିମନ୍ତେ ସ୍ଥାନୀୟ ଚିକିତ୍ସାଳୟର ଏ ଏନ୍ ଏମ୍ ମାନଂକୁ ବୈଷୟିକ ପ୍ରଶିକ୍ଷଣ ଓ ସହାୟତା ଯୋଗାଇ ଦିଆଯାଇଛି ।
ସେହିଭଳି ‘ସମ୍ଭବ’ ଯୋଜନା ଅନ୍ତର୍ଗତ ବିଭିନ୍ନ କାରଣରୁ ମାନସିକ ଭାରସାମ୍ୟ ହରାଉଥିବା ରୋଗୀମାନଂକର ଉପଚାର ପାଇଁ ବିଭିନ୍ନ ପଦ୍ଧତିରେ ଯଥା- ସାମାଜିକ ସଚେତନତା, ପ୍ରାରମ୍ଭିକ ଚିହ୍ନଟ ଓ ପ୍ରଶିକ୍ଷିତ ବ୍ୟକ୍ତିଙ୍କ ଦ୍ବାରା ଉପଯୁକ୍ତ ପରାମର୍ଶ, ସଠିକ୍ ସମୟରେ ଔଷଧ ସେବନ ଇତ୍ୟାଦି ଦ୍ବାରା ଆତ୍ମହତ୍ୟା ଭଳି ବହୁ ଅପରାଧିକ ମାନସିକତାକୁ ଦୁରେଇ ଦିଆଯାଇପାରିବ । ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ସୁଧାଂଶୁ ଶେଖର ମିଶ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନ, ଭାରତୀୟ ମନୋସ୍ତତ୍ତ୍ବ ସୋସାଇଟି ଓଡିଶା ଶାଖା ମୁଖ୍ୟ ପ୍ରଫେସର ଡ.ଅମ୍ରିତ ପାଟ୍ଟଯୋଶୀ, ମେଡ୍ ଟେଲ୍ ହେଲଥ୍ କେୟାରର ଯୁଗ୍ମ ପ୍ରତିଷ୍ଠାତା ଡ.ଲଳିତ ମାନିକଙ୍କ ସମେତ ଜିଲ୍ଲାର ପ୍ରତ୍ୟେକ ଉପ ସ୍ବାସ୍ଥ୍ୟ କେନ୍ଦ୍ରରୁ ଆସିଥିବା ସ୍ବାସ୍ଥ୍ୟ କର୍ମୀ ଓ ଗଣମାଧ୍ୟମର ପ୍ରତିନିଧୂମାନେ ଉପସ୍ଥିତ ଥିଲେ । ଶେଷରେ ଜିଲ୍ଲାପାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଖଣିଜ ପାଣ୍ଠିର ହେଲଥ ଏକ୍ସପର୍ଟ ଶ୍ରୀ କଲ୍ୟାଣ ଦାସ ପରିଚାଳନା କରିଥିଲେ ।





![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_10-39-40-136-scaled.jpg)
