ରାଜ୍ୟ ବିଧାନସଭା ପରିସରରେ ସୁଉଚ୍ଚ ଜାତୀୟ ପତାକା ସ୍ତମ୍ଭ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଜି ଅପରାହ୍ନରେ ଉଦଘାଟିତ ହୋଇଯାଇଛି। ଉଦଘାଟନ ପରେ ରାଜ୍ୟ ପୋଲିସ ବ୍ୟାଣ୍ଡ ଦ୍ୱାରା ଜାତୀୟ ସଂଗୀତ ବାଦନ କରାଯାଇଥିଲା।
ସୂଚନାଯୋଗ୍ୟ ଯେ, ଏହି ନବନିର୍ମିତ ସୁଉଚ୍ଚ ଜାତୀୟ ପତାକା ସ୍ତମ୍ଭର ଉଚ୍ଚତା ହେଉଛି ୩୨ ମିଟର ଓ ଜାତୀୟ ପତାକାର ଲମ୍ବ ହେଉଛି ୨୦ ଫୂଟ, ଓସାର ୩୦ ଫୂଟ। ଏହି ବିଶାଳକାୟ ସ୍ତମ୍ଭ ଓ ବୃହତ ତ୍ରିରଙ୍ଗା ଦେଶପ୍ରେମର ଏକ ଅନନ୍ୟ ସ୍ମାରକୀ ଭାବେ ରାଜଧାନୀ ଭୁବନେଶ୍ୱରର ଏକ ଅନୁପମ ଆକର୍ଷଣ ହେବ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_10-39-40-136-scaled.jpg)


