ପର୍ବାତାରୋହୀ ବିଭାରାଣୀ ପାତ୍ରଙ୍କୁ ଆର୍ଥିକ ସହାୟତା
ଢେଙ୍କାନାଳ: ୧୭/୦୮- ଆଜି ପୂର୍ବାହ୍ନରେ ଜିଲ୍ଲାପାଳ କାର୍ଯ୍ୟାଳୟରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ପର୍ବତାରୋହୀ ବିଭାରାଣୀ ପାତ୍ରଙ୍କୁ ତାଙ୍କର ପର୍ବତାରୋହଣ ପାଇଁ ପଚିଶ ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ଚେନ୍ ଆକାରରେ ପ୍ରଦାନ କରିଛନ୍ତି ।
ବିଭାରାଣୀ ଜିଲ୍ଲାର ଜଣେ ସଫଳ ପର୍ବତାରୋହୀ ଅଟନ୍ତି । ସେ ଓଡ଼ପଡ। ବ୍ଳକସ୍ଥିତ ମେରାମୁଣ୍ଡଳୀ ଗ୍ରାମର ବାସିନ୍ଦା । ତାଙ୍କ ପିତାଙ୍କ ନାମ କୃଷ୍ଣ ପ୍ରସାଦ ପାଟର ଏବଂ ମାତାଙ୍କ ନାମ ବିଦ୍ୟୁତ ପ୍ରଭା ପାଟରା । ଏଯାବତ୍ ସେ ଖେଳ, ଦୁଃସାହସିକ କ୍ରୀଡ଼ା, ସାମାଜିକ କର୍ମa ୧୨୫୩ଟି କ୍ଷେତ୍ରରେ ପୁରସ୍କାର ପାଇଛନ୍ତି । ସେ ବର୍ତ୍ତମାନ ଆଫ୍ରିକାସ୍ଥିତ କିଲିମର ପର୍ବତକୁ ଆରୋହଣ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି । ଯାହାକି ପର୍ବତାରୋହଣ ପାଇଁ ସର୍ବ ବୃହତ୍ତମ ଶୃଙ୍ଗ ଅଟେ । ଏହାର ଉଚ୍ଚତା ୧୯,୩୪୧ ଫୁଟ(୫.୮୯୫ମି) ଅଟେ । ଯଦି ସେ ଏହି ପ୍ରୟାସରେ ସଫଳ ହେବେ ତେବେ ସେ ନିଜର ଅଗାମୀ ପ୍ରୟାସରେ ଋଷିଆର ଏଲ୍ବ୍ରସ ଶୃଙ୍ଗ ଆରୋହଣ କରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି । ତାଙ୍କ ପର୍ବତାରୋହଣରେ ଅର୍ଥ ବାଧକ ସାଜୁଥିବା ନେଇ ସେ ୫ଟି ସଚିବଙ୍କୁ ଟୁଇଟ୍ ମାଧ୍ୟମରେ ଜଣାଇଥିଲେ । ଏହାପରେ ୫ଟି ସଚିବଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ତରଫରୁ ତାଙ୍କୁ ୨୫୦୦୦ ଟଙ୍କାର ଆର୍ଥିକ ସହାୟତା ରାଶି ଚେକ୍ ଆକାରର ପ୍ରଦାନ କରାଯାଇଛି । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ତାଙ୍କ ଉଜ୍ଜଳ ଭବିଷ୍ୟତର କାମନା କରିଛନ୍ତି ।
ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲଳିତ ମୋହନ ବେହେରା(ରାଜସ), ଢେଙ୍କାନାଳ ସଦର ବ୍ଳକ ଉନ୍ନୟନ ଅଧିକାରୀ ଶ୍ରୀ ସୁଧୀର ନାୟକ ଏବଂ ଜିଲ୍ଲା ଆପରକାଳୀନ ଅଧିକାରିଣୀ ଲୋପାମୁଦ୍ରା ରଥ ଉପସ୍ଥିତ ରହିଥିଲେ ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_10-39-40-136-scaled.jpg)
