ପୋଲିସ ବିଜିନେସମାନ୍ ମୀଟ
କଟକ -ପୋଲିସ ଓ ସାଧାରଣ ଜନତାଙ୍କ ମଧ୍ଯ ରେ ଦୂରତ୍ବ କମାଇବା ପାଇଁ ଆଜି କଟକ କ୍ୟାଣ୍ଟନମେଣ୍ଟ ବ୍ୟବସାୟୀ ସଂଘ ଓ କମିଶନରେଟ ପୋଲିସ ମଧ୍ଯ ରେ ଏକ ବନ୍ଧୁମିଳନ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ କଟକ ର ଅତିରିକ୍ତ ଡିସିପି ଅନୀଲ ମିଶ୍ର, ବିଭିନ୍ନ ଜୋନ ର ଏସିପି, ଥାନାଧିକାରୀ, ବ୍ୟବସାୟୀ ବୃନ୍ଦ ଯୋଗ ଦେଇଥିଲେ। ବ୍ଯବସାୟୀ ସଂଘ ର ସହଯୋଗ ରୁ କଟକ ସହରର ଅଧିକାଂଶ ଅଂଚଳରେ ସିସିଟିଭି ଲାଗି ଗଲାଣି ଏବଂ ଏହା ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ସହାୟକ ହେଉଛି ବୋଲି ବୈଠକ ରେ ବରିଷ୍ଠ ଅଧିକାରୀମାନେ ସ୍ବୀକାର କରିଥିଲେ।







