ପରଜଙ୍ଗ ବସ୍ ଷ୍ଟାଣ୍ଡର ଭିତ୍ତି ପ୍ରସ୍ଥର ସ୍ଥାପନ
ଢେଙ୍କାନାଳ:୨୩/୦୮- ଆଜି ଅପରାହ୍ନରେ ଜିଲ୍ଲାପାଳ କାର୍ଯ୍ୟାଳୟସ୍ଥିତ ଓସ୍ଥାନ ସଭା ଗୃହରେ ଅନଲାଇନ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରଜଙ୍ଗ ବସ୍ ଷ୍ଟାଣ୍ଡର ଭିଭି ପ୍ରସ୍ତର ସ୍ଥାପନ କରିଛନ୍ତି । ଓଡ଼ିଶା ସରକାରଙ୍କ ଆମ ବସ୍ ଷ୍ଟାଣ୍ଡ୍ ଯୋଜନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ଓଡ଼ିଶାର ୨୬ଟି ଜିଲ୍ଲାରେ ୧୨୪ଟି ବସ୍ ଷ୍ଟାଣ୍ଟର ଶିଳାନ୍ୟାସ ଏବଂ ୨୧ଟି ନୂତନ ବସ୍ ଷ୍ଟାଣ୍ଡର ଉଦ୍ଘାଟନ ଅନଲାଇନ ମାଧ୍ୟମରେ କରିଛନ୍ତି । ଏହାସହିତ ମୋ ପରିବହନ ସେବା ଓ ଏମ୍ ପରିବହନ ଆପ୍ ଏବଂ ସୁବାହଳ ଯୋଜନା ଅନୁଯାୟୀ ବସଚାଳକ ମାନଙ୍କ ପ୍ରଶିକ୍ଷଣ ପାଇଁ ବ୍ରହ୍ମପୁରରେ ଏକ ପ୍ରଶିକ୍ଷଣ କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି ।
ଏହି ଅନଲାଇନ ଶିଳାନ୍ୟାସ ଓ ଉଦ୍ଘାଟନ କାର୍ଯ୍ୟକ୍ରମରେ ପରଜଙ୍କ ବିଧାୟକ ଶ୍ରୀ ନୃସିଂହ ଚରଣ ସାହୁ, ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଶ୍ରୀ ରମେଶ ଚନ୍ଦ୍ର ସେଠି, ଆଂଚଳିକ ପରିବହନ ଅଧିକାରୀ ଶ୍ରୀ ପ୍ରଣୟ କୁମାର ମିଶ୍ର ଓ ଅନ୍ୟ ପରିବହନ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_10-39-40-136-scaled.jpg)


