( ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ସାଙ୍ଗ ନେଲା ସାଙ୍ଗର ଜୀବନ )
ଜଗତସିଂହପୁର
ତା =24/8/23
ଜଗତସିଂହପୁର ଥାନା ଅନ୍ତର୍ଗତ ଶାଳଜଙ୍ଗ ପଂଚାୟତ ଚାରିବାଟିଆ ଗ୍ରାମରେ ଘଟିଛି ରହସ୍ୟ ଜନକ ଯୋଜନା ବଦ୍ଧ ହତ୍ୟାକାଣ୍ଡ | ଏହି ହତ୍ୟା କାଣ୍ଡ ରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଅଭିଯୁକ୍ତ ଦୁଇ ଜଣକୁ ପୋଲିସ ଗିରଫ କରି ଥାନା ହେପାଜତ ରେ ରଖିଛି ବୋଲି ବିଶେଷ ସୂତ୍ର ରୁ ଜଣାପଡିଛି |
ଖବର ନେବାରେ ଜଣାପଡିଛି ଦଶ ବର୍ଷ ପୂର୍ବେ ଜଗତସିଂହପୁର ଥାନା ଶାଳୀଜଙ୍ଗ ପଞ୍ଚାୟତ ଚାରିବାଟିଆ ଗ୍ରାମରେ ଶୁକଦେବ ନାୟକ ଙ୍କ ପୁଅ ସାଗର ନାୟକଙ୍କ ପରିବାର ସହିତ ପଡିଶା ଘର ଦିଲ୍ଲୀପ ସାମଲ ଙ୍କ ପରିବାର ମଧ୍ୟ୍ୟ ରେ ସାମାନ୍ୟ ବଚସାକୁ କେନ୍ଦ୍ର କରି ପାଟିତୁଣ୍ଡ ଓ ମାଡିପିଟ ହୋଇଥିଲା |ଉକ୍ତ କେସ ଦୀର୍ଘଦିନ ହେବ କୋଟ ରେ ବିଚାରଧୀନ ଥିଲା | ଚଳିତ ମାସରେ ଉକ୍ତ କେସ ସମାଧାନ ନିମନ୍ତେ ଆଲୋଚନା କରାଯାଇଥିଲା |ହେଲେ ଗତ ବୁଧବାର ବିଳମ୍ବିତ ରାତିରେ ସାଗର ନାୟକ କୁ ତାର ପଡିଶା ଘର ନିକଟ ସାଙ୍ଗ ଦିଲ୍ଲୀପ ସାମଲ ଏବଂ ପ୍ରତାପ ବେହେରା ବିଶେଷ କଥା ବାର୍ତ୍ତା ନିମନ୍ତେ ସାଗର କୁ ଗାଁ ମୁଣ୍ଡ ଛକ କୁ ଡାକିଥିଲେ | ସେଠାରେ ମିଳିତ ଭାବେ ମଦ୍ୟପାନ କରିବା ପରେ ଉଭୟ ଙ୍କ ମଧ୍ୟ୍ୟ ରେ ବଚସା ହୋଇଥିଲା |ସୁବିଧା ସୁଯୋଗ ଉଣ୍ଡି ଦୁଇ ସାଙ୍ଗ ସାଗର ନାୟକ କୁ ନିର୍ମମ ଭାବେ ଆକ୍ରମଣ କରିଥିଲେ | ସାଗର ର ଚିତ୍କାର ଶୁଣି ପଡିଶା ଘର ଲୋକ ଘଟଣା ସ୍ଥଳରେ ପହଁଚିଲା ବେଳକୁ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ | ପରେ ପୋଲିସ ଘଟଣା ସ୍ଥଳରେ ପହଂଚି ଅଭିଯୁକ୍ତ ଦିଲ୍ଲୀପ ସାମଲ ଓ ପ୍ରତାପ ବେହେରା କୁ ଗିରଫ କରିଛି |
ପୋଲିସ ମୃତ୍ ସାଗର ର ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛି |
(ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ )




