ଭୁବନେଶ୍ୱର : ଓଡିଆ ଝିଅ ତଥା ଭାରତୀୟ ବ୍ୟାଡ୍ମିଂଟନ୍ ଯୋଡି ପଣ୍ଡା ଭଉଣୀ ଭାବେ ପରିଚିତ ଋତାପର୍ଣ୍ଣା ଓ ଶ୍ୱେତାପର୍ଣ୍ଣା ପଣ୍ଡା ବିଜୟ ଲାଭ କରିଛନ୍ତି । କାମେରୁନ୍ ଠାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ପ୍ରତିଯୋଗିତାର ଫାଇନାଲ୍ରେ ଉଗାଣ୍ଡାର ହୁସିନା କୋବୁଗାବେ ଓ ଗ୍ଲାଡିସ ଏମ୍ବାବାଜିଙ୍କୁ ୨୧-୧୬, ୨୧-୮ ରେ ପରାସ୍ତ କରିଥିଲେ ।
ସେହିପରି ସେମିଫାଇନାଲ୍ରେ ମାଡେଲତନ କାରେନା ଓ ଲେଟଇସିଆ ଆକୌମ୍ବା ଜେଙ୍କୁ ୨୧-୯, ୨୧-୮ରେ ପରାସ୍ତ କରିଥିଲେ ଫାଇନାଲ୍ରେ ପହଂଚିଥିଲେ । କିଛିଦିନ ଆଗରୁ ତାଜିକସ୍ତାନରେ ଆନ୍ତର୍ଜାତିକ ସିରିଜ୍ରେ ଟ୍ରଫି ଜିତିଥିଲେ । ଏହା ଦୁଇ ଭଉଣୀଙ୍କର ଲଗାତାର ବିଜୟ । ଗତ ଜୁନ୍ ମାସରେ କାଜଖସ୍ତାନ୍ ଓ ସେଂଟ୍ ଡେନିସ୍ ରିୟୁନିୟନ୍ରେ ରୌପ୍ୟ ଜିତିଥିଲେ ।




