ସଡକ ସୁରକ୍ଷା କ୍ଷେତ୍ରରେ ବିଭିନ୍ନ ବିଭାଗର ଭୂମିକା ରହିଛି। ପୋଲିସ୍ ବିଭାଗ, ପରିବହନ ବିଭାଗ ଏବଂ ଶିକ୍ଷା ଓ ସ୍ବାସ୍ଥ୍ୟ ବିଭାଗ ସମେତ ବିଭିନ୍ନ ଟ୍ରକ୍ ଓ ବସ୍ ସଂଘ ତଥା ସ୍ବେଚ୍ଛାସେବୀ ଅନୁଷ୍ଠାନଗୁଡିକର ଉପଯୁକ୍ତ ସମନ୍ବୟ ହିଁ ସଡକ ସୁରକ୍ଷା ଦିଗରେ ମହତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ ବୋଲି ବାଣିଜ୍ଯ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ କହିଛନ୍ତି।
ଲୋକସେବା ଭବନ ୩ୟ ମହଲା ସମ୍ମିଳନୀ କକ୍ଷରେ ସଡକ ସୁରକ୍ଷା ପରିଷଦର ବୈଠକରେ ଅଧ୍ୟକ୍ଷତା କରି ଶ୍ରମତୀ ସାହୁ ସଡକ ଦୁର୍ଘଟଣା ହ୍ରାସ ସମ୍ବନ୍ଧିତ ବିଭିନ୍ନ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିଥିଲେ।
ସଡକ ସୁରକ୍ଷାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ବ ପ୍ରଦାନ କରି “ମୁଖ୍ୟମନ୍ତ୍ରୀ ସଡକ ସୁରକ୍ଷା ଯୋଜନା” କାର୍ଯ୍ୟକାରୀ କରିଛନ୍ତି। ବଜେଟରେ ୧୪୫ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ ସୂଚିତ କରିଥିଲେ।
ବୈଠକରେ ମୁଖ୍ୟଶାସନ ସଚିବ ଏବଂ ଉନ୍ନୟନ କମିଶନରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।




