ଜୁନାଗଡ଼କୁ ଜିଲ୍ଲା ସଦରମହକୁମା ମାନ୍ୟତା ଦାବି, ଆଜିଠୁ ଅନିଦ୍ଧିଷ୍ଟ କାଳ ଗଣଧାରଣା …..*
ଜୁନାଗଡ଼…….!କଳାହାଣ୍ଡି ର ହଜାର ବର୍ଷର ରାଜଧାନୀ ଜୁନାଗଡ଼, ମା ଲଙ୍କେଶ୍ୱରୀର ଗଡ଼ ଜୁନାଗଡ଼,ବୀରମାଟିର ଗଡ଼ ଜୁନାଗଡ଼, ପୁରାତନ କାଳରେ ରାଜା ମହାରାଜା ଶାସନ କୁରୁଥିବା ସମୟର ରାଜଧାନୀ, ଏ ହି ଜୁନାଗଡ଼ କୁ ସଦର ମହକୁମା ମାନ୍ୟତା ଦାବିରେ ଆଜି ବ୍ଲକ ଶମ୍ଭୁ ଖରେ ଅନିଦ୍ଧିଷ୍ଟ କାଳ ପାଇଁ ଗଣଧାରଣା ଦିଆଯାଇଛି, ଏ ନେଇ ଜୁନାଗଡ଼ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗୁରୁବାର ଦିନ ଧର୍ମଗଡ଼ ଉପଜିଲ୍ଲାପାଳ ଓ ଏସ ଡି ପି ଓ ଙ୍କ ଉଦେଶ୍ୱରେ ଜୁନାଗଡ଼ ଥାନାଧିକାରି ଙ୍କୁ ସାକ୍ଷାତ କରି, ଏକ ଦାବି ପତ୍ର ପ୍ରଦାନ କରା ଯାଇଛି, ଏ ହି ସମୟରେ ମିଳିତ କ୍ରିୟାନୁ ଷ୍ଟାନ କମିଟି ସଂଯୋଜକ ତଥା ଜୁନାଗଡ଼ ନଗରପାଳ ଶ୍ରୀ ମୁକେଶ ଅଗ୍ରୱାଲ, ଆଵାହକ ଶ୍ରୀ ହିମାଂଶୁ ବରାଡ଼, କାଯ୍ୟକାରୀ ସଦସ୍ୟ ଶ୍ରୀ ଅନିଲ ପଣ୍ଡା, ପ୍ରଭାତ ଦାସ, ପ୍ରମୁଖ ଉପସ୍ଥିତ ଥିଲେ, ଏବଂ ଏହି ଗଣଧାରଣରେ କ୍ରିୟାନୁଷ୍ଠାନ କମିଟି ଓ ଜୁନାଗଡ଼ ଅଞ୍ଚଳ ବାସି ସହ ସହ ଯୋଗଦାନ କରି ଜିଲ୍ଲା ମାନ୍ୟତା ଦାବି ନେଇ ଗଣଧାରଣା ଦେଇଥିଲେ, ଜୁନାଗଡ଼ ରୁ ବାଲେଶ୍ୱର ସୁନାନୀ ଙ୍କ ରିପୋର୍ଟ ଜାଗ୍ରତ ଭାରତ




