ଗାଧୋଇବାକୁ ଯାଇ ଖରସ୍ରୋତା ନଦୀରେ ବୁଡି ଜଣେ ମହିଳା ମୃତ ।
ଏଭଳି ଅଭଵନୀୟ ଘଟଣା ଘଟିଛି ଯାଜପୁର ବିଂଝାରପୁର ଥାନା ଅନ୍ତର୍ଗତ ବାଙ୍ଗରା ପଂଚାୟତ ଛନ୍ଦାମୁଣ୍ଡ ବିଶ୍ୱାଳ ସାହି ଘାଟରେ । ମୃତକ ହେଲେ ଜରୀ ପଂଚାୟତର ସ୍ବର୍ଗତ ରାମଚନ୍ଦ୍ର ସାହୁଙ୍କ ପତ୍ନୀ ରାଇମଣି ସାହୁ । ସୂଚନା ମୁତାବକ ରାଇମଣି ଆଜି ଖରସ୍ରୋତା ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଗୋଡ଼ ଖସିଯିବାରୁ ନଦୀରେ ବୁଡି ଯାଇଥିଲେ। ଅଗ୍ନିଶମ କର୍ମଚାରୀ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ରାଇମଣିକୁ ନଦୀରୁ ଉଦ୍ଧାର କରାଯାଇ ବିଂଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ପଟେ ବିଂଝାରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଶରୀରକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି।
ବ୍ୟୁରୋ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ, ଯାଜପୁର




