( ଜଗତସିଂହପୁର ଜିଲ୍ଲା ମହିଳା ବିଜୁ ଜନତା ଦଳର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ)
ଜଗତସିଂହପୁର
ତା =10/9/23
ଜଗତସିଂହପୁର ଜ଼ିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଦଳୟ ଶକ୍ତି ବୃଦ୍ଧି ଓ ସାଙ୍ଗଠନିକ ଦକ୍ଷତାର ଦୃଢ଼ ପ୍ରଦର୍ଶନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଶାରଦା ମଣ୍ଡପ ପରିସରରେ ଜିଲ୍ଲା ମହିଳା ବିଜେଡ଼ି ସଭାନେତ୍ରୀ ସବିତା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ଜିଲ୍ଲା ବିଜେଡ଼ି ପର୍ଯ୍ୟବେକ୍ଷକ ତଥା ପୂର୍ବତନ ମନ୍ତ୍ରୀ ଡ଼ଃ ଅରୁଣ ସାହୁ, ରାଜ୍ୟ ମହିଳା ବିଜୁ ଜନତା ସମ୍ପାଦିକା ତଥା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ସରକାରୀ ମୁଖ୍ୟ ସଚେତକ ତଥା ବିଧାୟକ ପ୍ରଶାନ୍ତ ମୁଦୁଲି, ପୂର୍ବତନ ମନ୍ତ୍ରୀ ତଥା ବାଲିକୁଦା-ଏରସମା ବିଧାୟକ ରଘୁନନ୍ଦନ ଦାସ, ସାଂସଦ ଡ଼ା ରାଜଶ୍ରୀ ମଲ୍ଲିକ, ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ, ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ, ଜିଲ୍ଲା ପରିଷଦ ସଭାପତି ମନୋଜ ଭୋଇ ପ୍ରମୁଖ ଯୋଗଦେଇ ଦଳର ସାଙ୍ଗଠନିକ ଶକ୍ତିକୁ କିଭଳି ସୁଦୃଢ଼ କରାଯାଇପାରିବ ସେ ବିଷୟରେ ସବିଶେଷ ଆଲୋଚନା କରିବା ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ହିତକାରୀ ଯୋଜନା ଗୁଡ଼ିକ ଜନସାଧାରଣ ଙ୍କ ପାଖରେ ପହଞ୍ଚିପାରିବ ସେ ଉପରେ ରଣନୀତି ପ୍ରସ୍ତୁତ କରାଯାଇଥିଲା ।
ଜଗତସିଂହପୁରରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ



