ଗୋଲାମୁଣ୍ଡା ଠାରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ।
ଗୋଲାମୁଣ୍ଡା,
ସୋମବାର ଦିନ ଗୋଲାମୁଣ୍ଡା ବ୍ଲକ ସ୍ଥିତ ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିଳାଷ ଜିଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଧର୍ମଗଡ଼ ଉପ ଜିଲ୍ଲାପାଳ ବିରଞ୍ଚି ନାରାୟଣ ଦରୱାନ, ଗୋଲାମୁଣ୍ଡା ବ୍ଲକର ବ୍ଲକ ଅଧ୍ୟକ୍ଷ ବିନ୍ଧୁ ମହାନନ୍ଦ, ଗୋଲାମୁଣ୍ଡା ବ୍ଲକ ବିଡ଼ିଓ ଶ୍ରୀଧର ପଣ୍ଡା, ତହସିଲଦାର ଅଶୋକ ପଟ୍ଟନାୟକ ସହ ବ୍ଲକର ସମସ୍ତ ଅଧିକାରୀ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଏହି ଜନ ଶୁଣାଣି ଶିବିରରେ ମୋଟ ୨୬୫ ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୧୪୮ଟି ଆବାସ ଘର ସମସ୍ୟା ଅଭିଯୋଗ, ୨ଟି ପିଡ଼ିଏସ ଚାଉଳ ସମସ୍ୟା,୦୫ଟି ଭତ୍ତା ସମସ୍ୟା,୧୧୦ ଟି ଅନ୍ୟାନ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା। ସେଥି ମଧ୍ୟରୁ ୨୧ଟି ଅଭିଯୋଗର ସମାଧାନ ତତକ୍ଷଣାତ୍ କରାଯାଇଥିଲା। କଲାସାଂସ୍କୃତିକସଂଘ ସଭାପତି ପ୍ରଦୀପ ମିଶ୍ରଙ୍କ ଅଧ୍ୟକ୍ଷତାରେ ପରିବେଷଣ କାର୍ଯ୍ୟ ହୋଇଥିଲା, ଏହି ଶିବିରରେ ଚିଚିଆସେମିତି ସଭ୍ୟ ସନ୍ତୋଷ ପଟେଲ୍ ଦୁଇଟି ପଦବୀ ଯଥା, ଲାଖୁରଭଟା ଗାଁସାଥି ଓଚିଚିଆ ପଂଚାୟତ ସମିତି ସଭ୍ୟ ଭାବେଦୀର୍ଘ ଦିନ ଧରି ଦାୟିତ୍ଵ ଗ୍ରହଣ କରୁ ଥିବାରୁ ଜିଲ୍ଲାପାଲଙ୍କୁ ଅଭିଯୋଗ ହୋଇଛି ତେବେ ଜିଲ୍ଲା ପାଲ କିଭଳି ପଦକ୍ଷେପ ଗ୍ରହଣନେବେ ତାହା ଦେଖିବାକୁ ବାକି ରହିଲା, ଏବଂ ଗୋଳାମୁଣ୍ଡା ଜନକଲ୍ୟାଣ ସଙ୍ଘ ପକ୍ଷରୁ ସାମ୍ବାଦିକ ଭବନ ପ୍ରତି ସରକାରୀ ଜମି ଯୋଗାଇଦେବାକୁ ମଧ୍ୟ ଏକ ଲିଖିତ ଅଭିଯୋଗ କରାଯାଇଥିଲା । ଅଭିଯୋଗ ଭିତି କରି ଜିଲ୍ଲାପାଳ ପି ଅନ୍ୱେଷା ରେଡି ଜମି ଯୋଗାଇଦେବାକୁ ତହସିଲଦାରଙ୍କୁ ଅନୁମତି ଦେଇଥିଲେ, । ଅଭିଯୋଗ ପତ୍ର ଦାଖଲ ସମୟରେ ସଙ୍ଘ ସଭାପତି ରାମ କୁମାର ସେନାପତି, ଉପ ସଭାପତି ଲବଜି ପୁଟେଲ,ସଭ୍ୟ ପ୍ରିୟକୃଷ୍ଣ ପଟେଲ, ବିଶିକେଶନ ଜ୍ୟୋତିଷ,ମହେନ୍ଦ୍ର ଦାସ ଓ ଶ୍ୟାମସୁନ୍ଦର ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ ।
ଧର୍ମ ଗଡ଼ ଉପଖଣ୍ଡ ରୁ କପୁର ଚନ ଶେଠିଆ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ୍।




