ବାରହା ଫାଶରେ ୩ ଛେଲି ମୃତ, ଅଳ୍ପକେ ଵର୍ତିଲେ ଛେଲିଚରାଳି
ଅମ୍ବାଭୋନା -୧୩/୦୯/୨୦୨୩-ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ବାରପାହାଡ ଡେବ୍ରୀଗଡ ଅଭୟାରଣ୍ୟ ନିକଟରେ ଥିବା ଉତ୍ତମ ରୁ ଉଧେଇପାଲି ଗ୍ରାମ ରାସ୍ତା ପାର୍ଶ୍ବରେ ବାରହା ଶିକାରୀ ବିଦ୍ୟୁତ ହୁକ ପକାଇ ତାର ବିଛାଇଥିଲେ। ବୁଧବାର ସକାଳ ୧୦ ଟା ସମୟରେ ଉଧେଇପାଲି ଗ୍ରାମ ର ଷୋଫା ବାଗ (୧୮ବର୍ଷ) ଛେଲି ଚଳାଇବାକୁ ଯାଇଥିବାବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୩ ଛେଲି ମୃତ୍ୟୁବରଣ କରିଥିବାବେଳେ ଛେଲି ଚରାଳୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।ଖବର ପାଇ ବିଦ୍ୟୁତ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ତାର ଜବତ କରିଥିବା ବେଳେ ବନବିଭାଗ କର୍ମଚାରୀ ମାନେ ମଧ୍ୟ ଶିକାରୀମାନଙ୍କ ଗତିବିଧି ଉପରେ ତିକ୍ଷଣ ନଜର ରଖିଛନ୍ତି। ପ୍ରକାଶ ଥାଉକି ଡେବ୍ରୀଗଡ ଅଭୟାରଣ୍ୟ ରୃ ଧାନଫସଲ ଓ ଚିନାବାଦାମ,ଆଖୁ ଆଦି ଖାଇବାକୁ ବନ୍ୟଜନ୍ତୁ ଗାଁଆଁ ମୁହାଁ ହେଉଥିବାରୁ ସୁଯୋଗ ଅପେକ୍ଷାରେ ଶିକାରୀମାନେ ବନ୍ୟଜନ୍ତୁ ଶିକାର ପାଇଁ ବିଦ୍ୟୁତ ତାର ବିଛାଇ ,ଗାତ ଖୋଲି ଏବଂ ଖାଦ୍ୟ ରେ ବିଷ ମିଶାଇ ଓ ଗୋଲା ଭର୍ତ୍ତି କରିଥାନ୍ତି। ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ଥିବା ସ୍ବାଡ ତଥା ବନବିଭାଗ ର କର୍ମଚାରୀଙ୍କ ପେଟ୍ରୋଲିଂ କଡାକଡି କରାଗଲେ ବନ୍ୟଜନ୍ତୁ ସଂରକ୍ଷଣ ହୋଇପାରିବ ବୋଲି ସଚେତନ ମହଲରେ ଦାବି ହୋଇଛି । ପ୍ରକାଶ ଚନ୍ଦ୍ର ରଥ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍




