ଅମ୍ବାଭୋନା ରେ ମିଶନ ଇନ୍ଦ୍ରଧନୁଶ କାର୍ଯ୍ୟକ୍ରମ
========================
ଅମ୍ବାଭୋନା –ବରଗଡ ଜିଲ୍ଲା ଅମ୍ବାଭୋନାବ୍ଳକ ଅନ୍ତର୍ଗତ ଭୁକ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ମୁଖ୍ୟ ଡା. ଟେମରାମ ଦେହେରି ଙ୍କ ତତ୍ତ୍ୱ|ବଧାନ ରେ ମିଶନ ଇନ୍ଦ୍ରଧନୁଶ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି |ଉକ୍ତ କାର୍ଯ୍ୟକ୍ରମ ପ୍ରଥମ ପର୍ଯ୍ୟାୟ ସେପ୍ଟେମ୍ବର ଏଗାର ତାରିଖ ରୁ ଆରମ୍ଭ ହୋଇ ଷୋହଳ ତାରିଖରେ ଶେଷ ହେବ |ପ୍ରଥମ ଦିନ ରେ ଲଖନପୁର ଉପକେନ୍ଦ୍ର ର ହାତୀଖୋଜା, ବାଞ୍ଜିପାଲି ଉପକେନ୍ଦ୍ର ର ବାଞ୍ଜିପାଲି, ଭୋଇନାତୋରା ଉପକେନ୍ଦ୍ର ର ବଡ଼ ସରେଇପାଲି, ଉତ୍ତମ ଉପକେନ୍ଦ୍ର ର ଉଦେଇପାଲି, ଲେଥେର ଉପକେନ୍ଦ୍ର ର ଲେଥେର, ଅମ୍ବାଭୋନା ଉପକେନ୍ଦ୍ର ର କନହେଇପାଲି, ଡୁଙ୍ଗୁରି ଉପକେନ୍ଦ୍ର ର ଡୁଙ୍ଗୁରି, ଭୁକ୍ତା ଉପକେନ୍ଦ୍ର ର ପ୍ରକାଶପୁର, ରୁଚିଦା ଉପକେନ୍ଦ୍ର ର ନାରଙ୍ଗପୁର, ଝାରପାଲି ଉପକେନ୍ଦ୍ର ର ଖପ୍ରାଖୋଲ, କୁ ମ୍ଭୋ ଉପକେନ୍ଦ୍ର ର କୁ ମ୍ଭୋ, କଣ୍ଡପଳା ଉପକେନ୍ଦ୍ର ର କାଶୀପାଲି ପ୍ରମୁଖ ଗ୍ରାମରେ ଟୀକାକରଣ ଅନୁଷ୍ଠିତ ହୋଇଥିଲା |ଦ୍ଵିତୀୟ ଦିନରେ ବାଞ୍ଜିପାଲି, ବେହେରା, ଚିଖିଲି, ପରୁଆଭାଡ଼ି, ଲାଉନସରା, ଗଂଗେଇ, ଛତା ଦେଇ, ମହାପାଲି, ଖିଜୁପାଲି, ଡୁଙ୍ଗିପାଲି, କେନ୍ଦୁଝରଣ, ଇଚ୍ଛାପୁର ପ୍ରଭୃତି ଗ୍ରାମରେ ଟୀକାକରଣ କରାଯାଇଥିଲା |ଟୀକାକରଣ କାର୍ଯ୍ୟକ୍ରମ ରେ ମହିଳା ସ୍ୱାସ୍ଥ୍ୟ କର୍ମୀ ଙ୍କ ମଧ୍ୟରେ ଶ୍ରୀମତୀ ଗୋରେଟି ଡାଙ୍ଗ, ନନ୍ଦିନୀ ସୁନା, ଜ୍ୟୋତ୍ସ୍ନାମୟୀ ସାହା, ଜ୍ୟୋତିର୍ମୟୀ ସାହୁ, ଶ୍ରୀମା ସାହୁ, ମୀରାବାଈ ବେହେରା, ପ୍ରମୋଦା ମଲ୍ଲିକ, ସସ୍ମିତା ଚୌହାନ, ସଂଯୁକ୍ତା ଷଡ଼ଙ୍ଗୀ, ଛବିରାଣୀ ନେଗୀ ଓ ମହିଳା ସ୍ୱାସ୍ଥ୍ୟ ପରିଦର୍ଶକ କୀର୍ତ୍ତି କିରଣ କେରକେଟା ପ୍ରମୁଖ ସାମିଲ ହୋଇଥିଲେ |କାର୍ଯ୍ୟକ୍ରମ ରେ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ଜ୍ଞାନବନ୍ତ ଦନସନା, ଏକଲବ୍ୟ ପ୍ରଧାନ, ସିଂ.ଏତ.ଓ ରାଜେଶ ଖମାରୀ, ରେବତୀ ଚିତା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ |କାର୍ଯ୍ୟକ୍ରମ କୁ ଦିଗଦର୍ଶନ ଦେଇଥିଲେ ସ୍ଥାନୀୟ ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଗୋବିନ୍ଦ ପଧାନ |ପ୍ରକାଶ ଚନ୍ଦ୍ର ରଥ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍




