ଅଦ୍ୟ ତା -୨୩ -୦୯ -୨୩ ରିଖ ଶନିବାର ଭାଦ୍ରବ ମାସ ଶୁକ୍ଳପକ୍ଷ ରାଧାଷ୍ଟମୀ ତିଥ୍ୟରେ ଦିବା ୧୧ ଘଟିକା ସମୟରେ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ କଙ୍କା ଗ୍ରାମରେ ମାଆ ଦୁର୍ଗା ପୂଜା ପ୍ରତିଷ୍ଠାନ, କଙ୍କା ଆନୁକୂଲ୍ୟରେ ୩୦ତମ ଶାରଦୀୟ ଦୁର୍ଗାପୂଜା ପାଇଁ ଆଜି ଭଳି ପୂଣ୍ୟ ତିଥ୍ୟରେ ମୁଣ୍ମୟୀ ମୂର୍ତ୍ତୀ ନିର୍ମାଣର୍ଥେ ବ୍ରାମଣୀ ନଦୀ ତୀରେ ଥିବା ଭୈରବୀ ପୀଠ ନିକଟରୁ ହୋମ ଯଜ୍ଞ କୀର୍ତ୍ତନ ପୂଜା ପାଠ କରି ମୂର୍ତ୍ତିକା ଅନୁକୂଳ କରାଗଲା । କର୍ତ୍ତା ଜଗନ୍ନାଥ ମହାମାନ ସିଂ, ମୁଖ୍ୟ ପୂଜକ ଅସିତ କୁମାର ମିଶ୍ର, ପୂଜକ ହୃଦାନନ୍ଦ ପତି,ପୂଜା ପ୍ରତିଷ୍ଠାନର ମୁଖ୍ୟ ମହେଶ୍ବର ଇନ୍ଦ୍ରଜିତ ସିଂ, ଶରତ ସ୍ତମ୍ଭ, ସୁଧାକର ମାନସିଂ, ଧରଣୀଧର ମାନସିଂ, କାଶୀନାଥ ଇନ୍ଦ୍ରଜିତ ସିଂ, ହରିହର ମାନସିଂ, ଆଉଁ ମାନସିଂ, ମଦନ ବଳିୟାର ସିଂ, ଭରତ ପରିଡା, ମଉଡ ବେହେରା, ବିଖ୍ୟାତ ସିଂ, ଅଇଁଠୁ ଇନ୍ଦ୍ରଜିତ ସିଂ, ଦେବାଶିଷ ଇନ୍ଦ୍ରଜିତ ସିଂ, ଶଶୀ ମାନସିଂ,ଦିଲ୍ଲୀପ ମାନସିଂ, ଶ୍ରୀକୃଷ୍ଣ ବଳିୟାର ସିଂ, ସଦାନନ୍ଦ ମାନସିଂ, ନବକିଶୋର ମାନସିଂ, ମାଧବ ଇନ୍ଦ୍ରଜିତ ସିଂ, ବିରଞ୍ଚି ଇନ୍ଦ୍ରଜିତ ସିଂ ପ୍ରଭୁତି ମାନ୍ୟଗନ୍ୟ ବ୍ୟକ୍ତିଙ୍କ ଉପସ୍ଥିତି ଓ କଙ୍କା ଗ୍ରାମବାସୀଙ୍କ ସହଯୋଗରେ ମାଆଙ୍କ ମାଟି ଅନୁକୂଳ ସୁଚାରୁରୂପେ ସମାପ୍ତ ହୋଇଥିଲା |

June 27, 2026/
No Comments



