Spread the love

ଆଜି ଭାଦ୍ରବ ମାସର ବଡ ଏକାଦଶୀ ନିତି ପାଳିତ

ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଭାଦ୍ରବମାସର ବଡ ଏକାଦଶୀ ନିତି ପାଳିତ ହୋଇଯାଇଛି। ପ୍ରାତଃ ରୁ ମଙ୍ଗଳ ଆଳତି ମହାସ୍ନାନ ବସ୍ତ୍ର ବିଭିନ୍ନ ଫୁଲହାର ତୁଳସୀ ହାର ଲାଗି କରାଯାଇଥିଲା। ବଲ୍ଲଭ ଭୋଗ ଲାଗି କରାଯାଇଥିଲା। ୧୦ ଟା ବେଳେ ଖେଚେଡ଼ି ଭୋଗ ମଧ୍ୟାହ୍ନ ରେ ଅନ୍ନ ଧୂପ ସନ୍ଧ୍ୟା ଆଳତି ପରେ ରାତ୍ର ରେ ରାତ୍ର ଧୂପ ଓ ଏକାଦଶୀ ବେଢ଼ା ପରିକ୍ରମା କରାଯାଇ ମହାଦୀପ ଉଠିବ ଓ ପହଡ ପଡ଼ିବ। ପୂଜକ ମଳୟ କର, ପୂଜକ ମନସୁମନ ମିଶ୍ର ପାଳିଆସେବକ ସମ୍ଭୁନାଥ ମହାପାତ୍ର କାହାଳିଆ ଟିକନ ବେହେରା ଓ ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତ ରେ ଏହି ଏକାଦଶୀ ନିତି ପାଳିତ ହୋଇଯାଇଛି।

Leave a Reply

Your email address will not be published. Required fields are marked *