Spread the love

ଢେଙ୍କାନାଳ ମିଳିତ ଗଣେଶ ପୂଜା ର ଭସାଣୀ ଉତ୍ସବ ପାଳିତ

ଢେଙ୍କାନାଳ ୨୫/୯: ଚଳିତ ତା ୧୯/୦୯/୨୦୨୩ ରିଖ ମଙ୍ଗଳ ବାର ଠାରୁ ପୂଜା ଆରମ୍ଭ ହୋଇ ତା ୨୪/୦୯/୨୦୨୩ ରିଖ ରବିବାର ପର୍ଯ୍ୟନ୍ତ ଚଲୁରହିଥିଲା। ଶ୍ରୀ ଗଣପତିଙ୍କର ପୂଜା ମଣ୍ଡପ ରେ ରୀତିନୀତି ରେ ପୂଜା ଅନୁଷ୍ଠିତ ହୋଇଥିଲା। ଆଜି ତା ୨୫/୦୯/୨୦୨୩ ରିଖ ସୋମବାର ଭସାଣୀ ଉତ୍ସବ ପାଳନ କରାଯାଇଥିଲା। ଢେଙ୍କାନାଳ ମିନି ଷ୍ଟାଡିୟମ ମେଳନ ପଡ଼ିଆ ଠାରେ ୩୭ ଗୋଟି ମେଢ଼ ପହଞ୍ଚିଥିଲେ। ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ମହେଶ ସାହୁ ମାନ୍ୟବର ସାଂସଦ ଢେଙ୍କାନାଳ, ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ, ଆରକ୍ଷୀ ଅଧିକ୍ଷକ ଶ୍ରୀ ଜ୍ଞାନ ରଞ୍ଜନ ମହାପାତ୍ର, ପୈାରଉପାଅଧକ୍ଷ ଶ୍ରୀ ପ୍ରକାଶ ଚନ୍ଦ୍ର କୁଅଁର, ପୈାରନିର୍ବାହି ଅଧିକାରୀ ଦେବିପ୍ରସାଦ ରାଉତ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ କୁମାର ସେଠୀ ସଦର ତହସିଲଦାର, ବିଭିନ୍ନ ପ୍ରଶାସନିକ ଅଧିକାରୀ,ମିଳିତ ଗଣେଶ ପୂଜା କ୍ରିୟାନୁଷ୍ଠାନ କମିଟି ର ସଭାପତି ଶ୍ରୀଯୁକ୍ତ ସୁଧାଂଶୁ କୁମାର ଦଳେଇ, ସମ୍ପାଦକ ବିଶ୍ଵନାଥ ବେହେରା, ଉପସଭାପତି କରୁଣାକର ଜଳେଇ, ଉପସଭାପତି ସଦିପ ଷଡ଼ଙ୍ଗୀ, ଉମେଶ କୁମାର ବେହେରା, ଯୁଗ୍ମ ସମ୍ପାଦକ ବିଶ୍ଵ ରଞ୍ଜନ ଓଝା, ସହ ସମ୍ପାଦକ ବିରବର ସାହୁ,ସନାତନ ରାଉଳ, କୋଷାଧ୍ୟକ୍ଷ ଅନୁପ ମିଶ୍ର, ଓ ସମସ୍ତ ଗଣେଶ ପୂଜା କମିଟି ର କର୍ମକର୍ତ୍ତାମାନଙ୍କ ଉପସ୍ଥିତିରେ ଏହି ଭଷାଣୀ ଉତ୍ସବ ପାଳନ କରାଯାଇଥିଲା। ଅତିଥିମାନଙ୍କୁ ଉତ୍ତରୀୟ ଓ ଫୁଲ ତୋଡା ଦିଆଯାଇ ସ୍ବାଗତ କରାଯାଇଥିଲା। ପ୍ରଦିପ ପ୍ରଜ୍ବଳନ କରାଯାଇ ଉତ୍ସବ କୁ ଉଦଘାଟନ କରାଯାଇଥିଲା।ଏହି ଭଷାଣୀ ଉତ୍ସବ ରେ ଲଡୁ ନିଲାମ ଡକାଯାଇଥିଲା। ଏହି ନିଲାମ ଲଡୁକୁ ୭୫୦୦/- ଟଙ୍କାରେ ଗଣେଷ ବଜାର ପୂଜା କମିଟି ନେଇଥିଲା। ୩୭ଟି ମେଢ଼ ଭଷାଣୀ ପାଇଁ ଲଟେରୀ କାର୍ଯ୍ୟକ୍ରମ ପରେ କ୍ରମାନୁସାରେ ମେଢ଼ ଭଷାଣୀ ପାଇଁ ପ୍ରସ୍ତୁତି ହୋଇଥିଲା। ବିଭିନ୍ନ ବଜାର ର ବିଭିନ୍ନ ପ୍ରକାରର ବାଦ୍ୟଯନ୍ତ୍ର ଦ୍ୱାରା ଏହି ଭଷାଣୀ ଉତ୍ସବ କରାଯାଇଥିଲା। ପୋଲିସ ପ୍ରଶାସନ ଶାନ୍ତି ଶୃଙ୍ଖଳା ଦାୟୀତ୍ୱରେ ରହି କାର୍ଯ୍ୟକ୍ରମ କୁ ସୁଚାରୁରୂପେ ସମ୍ପାଦନ କରିଥିଲେ।

Leave a Reply

Your email address will not be published. Required fields are marked *